ପାଟନା: ପାଟନା ବାସିନ୍ଦା ତଥା ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାର ତଦନ୍ତ ଦାବି ଏବେ ବୃଦ୍ଧି ପାଇବାରେ ଲାଗିଛି । ଏ ସମ୍ପର୍କରେ ଅନେକ ରାଜନୈତିକ ଦଳ ଏବଂ ସଂଗଠନ ଏହି ମାମଲାର ତଦନ୍ତ ଦାବି କରିବାକୁ ଆଗେଇ ଆସିଛନ୍ତି ।
ବିହାର ଯୁବ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ଚଳଚ୍ଚିତ୍ର ସେନସର ବୋର୍ଡ କମିଟିର ସଦସ୍ୟ ଲଲନ କୁମାର ସୁଶାନ୍ତଙ୍କ ଆତ୍ମହତ୍ୟା ମାମଲାର ତଦନ୍ତ କରିବାକୁ ସିବିଆଇ ଦାବି କରି ଗୃହମନ୍ତ୍ରୀ ଅମିତ ଶାହା ଏବଂ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଚିଠି ଲେଖିଛନ୍ତି ।
ଲଲନ ଚିଠିରେ ଲେଖିଛନ୍ତି ଯେ, ସୁଶାନ୍ତ ଏକ ଛୋଟ ସହରରୁ ବାହାରି ଖୁବ୍ କମ୍ ସମୟ ମଧ୍ୟରେ ବଲିଉଡରେ ନିଜର ପରିଚୟ ସୃଷ୍ଟି କରିଥିଲେ । ତାଙ୍କ ମୃତ୍ୟୁ ପରେ ବଲିଉଡରେ ନେପୋଟିଜିମକୁ ନେଇ ବିବାଦ ଜାରି ରହିଛି । ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ ତାଙ୍କୁ ଆତ୍ମହତ୍ୟା କରିବାକୁ ପ୍ରେରିତ କରାଯାଇଥିବା କଥା ପ୍ରକାଶ ପାଇଛି । ଏଭଳି ପରିସ୍ଥିତିରେ ଯଦି ସିବିଆଇର ଅନୁସନ୍ଧାନ କରାଯାଏ ତେବେ ସବୁକିଛି ସ୍ପଷ୍ଟ ହୋଇଯିବ ।