ମୁମ୍ବାଇ:ଖ୍ୟାତନାମା ନିର୍ଦ୍ଦେଶକ ଶଙ୍କରଙ୍କ ପାନ-ଇଣ୍ଡିଆ ଚଳଚ୍ଚିତ୍ରରେ ଦକ୍ଷିଣ ତାରକା ରାମ ଚରଣଙ୍କ ବିପକ୍ଷରେ ନଜର ଆସିବେ ଅଭିନେତ୍ରୀ କିଆରା ଆଡଭାନୀ । ତେବେ ଏ ନେଇ ଫିଲ୍ମର ନିର୍ମାତା ଶନିବାର ଘୋଷଣା କରିଛନ୍ତି । 2019 ତେଲୁଗୁ ଆକ୍ସନ୍ ଚଳଚ୍ଚିତ୍ର ବିନୟ ବିଦେୟା ରାମା ପରେ ଆଡଭାନୀ ଓ ଚରଣଙ୍କୁ ପୁଣି ଏକାଠି ଦେଖିବେ ଦର୍ଶକ ।
ଆଡଭାନୀଙ୍କ ୨୯ତମ ବର୍ଥଡେ'ରେ ପ୍ରଯୋଜକ ଶ୍ରୀ ଭେଙ୍କଟେଶ୍ବର ଏ ସମ୍ପର୍କରେ ନିଜ ଟ୍ବିଟର ଆକାଉଣ୍ଟରେ ଘୋଷଣା କରିଛିନ୍ତି । ଯେଉଁଥିରେ ସେ #HappyBirthdayKiaraAdvani #RC15 #SVC50 ହ୍ୟାସଟାଗ ବ୍ୟବହାର କରିଛନ୍ତି । ଏହି ପ୍ରକଳ୍ପ ପାଇଁ କିଆରା ଉତ୍ସାହିତ ରହିବା ସହିତ ନର୍ଭସ ଥିବା କହିଛନ୍ତି । ଫିଲ୍ମର ସୁଟିଂର ଶୁଭାରମ୍ଭକୁ ସେ ଅପେକ୍ଷା କରିବା ସହିତ ଭଲ କାମ କରିବାକୁ ଲକ୍ଷ୍ୟ ରଖିଛନ୍ତି ।