ଓଡିଶା

odisha

By

Published : May 26, 2021, 9:31 AM IST

ETV Bharat / sitara

ନୂଆ ରୋମାଣ୍ଟିକ ଟ୍ରାକ ‘ତୋଫା’ ରିଲିଜ

ବାୟୁଙ୍କ ନୂଆ ଟ୍ରାକ ‘ତୋଫା’ ରିଲିଜ ହୋଇଯାଇଛି । ଯେଉଁଥିରେ ଦୁଇ ପ୍ରେମୀ ଯୁଗଳ ନିଜ ସମ୍ପର୍କ ବିଷୟରେ ପରସ୍ପରକୁ ପ୍ରଶ୍ନ ପଚାରୁଥିବାର ନଜର ଆସୁଛନ୍ତି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ:ୟୁଟ୍ୟୁବ
ଫଟୋ ସୌଜନ୍ୟ:ୟୁଟ୍ୟୁବ

ମୁମ୍ବାଇ: ଦୀର୍ଘ ସମୟରୁ ଚର୍ଚ୍ଚାରେ ଥିଲା ଫେମସ କମ୍ପୋଜର ବାୟୁଙ୍କ ନୂଆ ଟ୍ରାକ ‘ତୋଫା’ । ଯାହାକୁ ମଙ୍ଗଳବାର ରିଲିଜ କରିଦେଇଛନ୍ତି ମେକର୍ସ । ଏହି ରୋମାଣ୍ଟିକ ଟ୍ରାକକୁ ବର୍ତ୍ତମାନ ବେଶ୍ ପସନ୍ଦ କରୁଛନ୍ତି ଦର୍ଶକ । ଏହି ଗୀତରେ ଦୁଇ ପ୍ରେମ ଯୁଗଳଙ୍କ ଇମୋସନକୁ ପର୍ଯ୍ୟବେଶିତ କରାଯାଇଛି ।

ସେହିପରି ମୁଖ୍ୟ ଭୂମିକାରେ ନଜର ଆସୁଛନ୍ତି ବିଶାକ ନାୟର ଏବଂ ସଞ୍ଜୀତା ଭଟ୍ଟାଚାର୍ଯ୍ୟା । ଗୀତରେ ନିର୍ଦ୍ଦେଶନା ଦେଇଛନ୍ତି ନିର୍ଦ୍ଦେଶକ ତାନି ତନବୀର ।

ସେପଟେ ଟ୍ରାକ ରିଲିଜ ହେବା ଅବସରରେ ବାୟୁ କହିଛନ୍ତି, ‘ସମସ୍ତେ ଆମକୁ କୁହନ୍ତି ନିଜକୁ ପ୍ରେମ କର । ଯାହା ବହୁତ ସହଜ କଥା । ଆମେ ପ୍ରାୟତଃ ଏକ ଦ୍ବନ୍ଦରେ ବାସ କରୁ ଯାହା ଆମେ ମାଗୁଥିବା ପ୍ରେମ ପାଇବାକୁ ଯୋଗ୍ୟ କି ନୁହେଁ । ଆମେ ନୁହେଁ କି? ସେହିପରି ତୋଫା ଏହି ଇମୋସନାକୁ ନେଇ ଆଧାରିତ । ଯାହା ଆପଣଙ୍କ ବୟଫ୍ରେଣ୍ଡ କିମ୍ବା ଗାର୍ଲଫ୍ରେଣ୍ଡଙ୍କୁ କହୁଛି ତୁମେ ମୋର ଉପସ୍ଥିତିକୁ ଭଲ ପାଅ ଯେପରି ମୁଁ ତୁମକୁ ଭଲ ପାଏ, ନା ଏହା ତୁମକୁ ହଇରାଣ କରେ।’

ପ୍ରକାଶ ଥାଉକି ବାୟୁଙ୍କ ନିକଟରେ ରିଲିଜ ହୋଇଥିବା ‘ବାତେଁ କରୋ’କୁ ବେଶ୍ ଲୋକପ୍ରିୟତା ମିଳିଥିଲା । ୟୁଟ୍ୟୁବରେ ଛାଇ ଯାଇଥିଲା ଏହାର ଯାଦୁ ।

@IANS

ABOUT THE AUTHOR

...view details