ଓଡିଶା

odisha

ETV Bharat / sitara

ଅଡୁଆରେ ଅନୁଷ୍କା, ବିଜେପି ପରେ ବର୍ଷିଲା ଗୋର୍ଖା ସମ୍ପ୍ରଦାୟ - ଅଭିନେତ୍ରୀ ଅନୁଷ୍କା ଶର୍ମା ନିଜ ଡେବ୍ୟୁ ୱେବ ସିରିଜ ‘ପାତାଲ ଲୋକ’

ଗୋର୍ଖା ସମ୍ପ୍ରଦାୟ ତଥା ନେପାଳୀ ଭାଷାଭାଷୀ ଲୋକଙ୍କ ଭାବନାକୁ ଆଘାତ ଦେଇଛି ଏହି ୱେବ ସିରିଜ ‘ପାତାଲ ଲୋକ’ ବୋଲି ଅଭିଯୋଗ ଆଣିଲା ଏଏପିଜିୟାଇଏ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅନୁଷ୍କା ଶର୍ମା
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅନୁଷ୍କା ଶର୍ମା

By

Published : May 24, 2020, 8:07 PM IST

ମୁମ୍ବାଇ: ସୁନ୍ଦରୀ ଅଭିନେତ୍ରୀ ଅନୁଷ୍କା ଶର୍ମା ନିଜ ଡେବ୍ୟୁ ୱେବ ସିରିଜ ‘ପାତାଲ ଲୋକ’କୁ ନେଇ ଯେତିକି ପ୍ରଶଂସା ପାଇଛନ୍ତି, ସେହିତି ସମସ୍ୟା ଘେରରେ ଫସୁଥିବାର ନଜର ଆସୁଛନ୍ତି। ଏବେ ପୁଣିଥରେ ଅରୁଣାଚଳ ପ୍ରଦେଶର ଗୋର୍ଖା ସଂଗଠନ ଅନୁଷ୍କାଙ୍କ ବିରୋଧରେ ଜାତୀୟ ମାନବ ଅଧିକାର ଆୟୋଗ (ଏନଏଚଆରସି) ରେ ‘ପାତାଲ ଲୋକ'ର ଏକ ଦୃଶ୍ୟରେ ଗୋର୍ଖା ସମ୍ପ୍ରଦାୟ ଉପରେ ଲିଙ୍ଗଗତ ମନ୍ତବ୍ୟ ଦେଇଥିବା ଅଭିଯୋଗ ଆଣିଛନ୍ତି।

ଏହି ୱେବ ସିରିଜର ମେକର୍ସ ଅଲ ଅରୁଣାଚଳ ପ୍ରଦେଶ ଗୋର୍ଖା ଯୁବ ସଙ୍ଗଠନ (ଏଏପିଜିୟାଇଏ) ର ସଭାପତି ବିକାସ ଭଟ୍ଟରାଇ ନିକଟରେ ଏହି ଅଭିଯୋଗ ଦାଖଲ କରିଛନ୍ତି।

ସଙ୍ଗଠନ ଏହାର ଅଭିଯୋଗରେ ଦର୍ଶାଇଛି ଯେ ୱେବ ସିରିଜର ଦ୍ବିତୀୟ ଏପିସୋଡରେ ମହିଳା ଚରିତ୍ରଙ୍କ ବିରୋଧରେ ବ୍ୟବହୃତ ହୋଇଥିବା ଲିଙ୍ଗ ମନ୍ତବ୍ୟ ନେପାଳୀ ଭାଷାଭାଷୀଙ୍କ ପ୍ରତି ସିଧାସଳଖ ଅପମାନ।

ଏଏପିଜିୟାଇଏ ତରଫରୁ କୁହାଯାଇଛି ଯେ ମହିଳା ବିରୋଧୀ ମନ୍ତବ୍ୟ ଗୋର୍ଖା ସମ୍ପ୍ରଦାୟ ତଥା ନେପାଳୀ ଭାଷାଭାଷୀଙ୍କ ଭାବନାକୁ ଆଘାତ ଦେଇଛି। ୱେବ ସିରିଜ ବନ୍ଦ କରାଯାଉ କିମ୍ବା ଏହାର ପୁରା ଟିମ ଗୋର୍ଖା ଲୋକଙ୍କ ନିକଟରେ କ୍ଷମା ମାଗନ୍ତୁ ବୋଲି ଦାବି କରିଛି।

ଏଏପିଜିୟାଇଏ ଏହି ମାମଲାରେ ଏକ ଠୋସ୍ ନିଷ୍ପତ୍ତି ନେବାକୁ ସଂଗଠନ ଏନଏଚଆରସି ଏବଂ କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟକୁ ନିବେଦନ କରିଛି। ପୂର୍ବରୁ ମଧ୍ୟ ଏହାକୁ ନେଇ ସୋସିଆଲ ମିଡିଆରେ ଅନୁଷ୍କାଙ୍କ କ୍ଷମା ଦାବି ହୋଇସାରିଲାଣି ।

ABOUT THE AUTHOR

...view details