ଓଡିଶା

odisha

ଘରେ ରହି ପଶୁ ସାଜିଲେ କମେଡି କୁଇନ ଭାରତୀ

By

Published : May 29, 2020, 6:07 PM IST

ନୂଆ ପୋଷ୍ଟକୁ ନେଇ ଛାଇଲେ ଭାରତୀ ସିଂ। ଦେଖନ୍ତୁ ଲକଡାଉନରେ ତାଙ୍କ ଅବସ୍ଥା...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଭାରତୀ ସିଂ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଭାରତୀ ସିଂ

ମୁମ୍ବାଇ: ଲକଡାଉନରେ ଫେମସ କମେଡିଆନ ଭାରତୀ ସିଂ ତାଙ୍କ ଫନ୍ନି ଭିଡିଓ ସୋସିଆଲ ମିଡିଆରେ ସେୟାର କରି ପ୍ରଶଂସକଙ୍କୁ ମନୋରଞ୍ଜନ କରୁଛନ୍ତି। ନିକଟରେ ସେ ଆଇବ୍ରୋ କରିବା ଯନ୍ତ୍ରଣାଦାୟକ ବୋଲି ଏକ ଭିଡିଓରେ ଫ୍ୟାନ୍ସଙ୍କୁ ଜଣାଇଥିଲେ। ଆଉ ଏବେ ସେ ଏକ ନୂଆ ଭିଡିଓ ସେୟାର କରି ସମସ୍ତଙ୍କୁ ହସାଇଛନ୍ତି। ଏଥର ସେ ଲକଡାଉନ ଆଗକୁ ବଢିଲେ ତାଙ୍କ ଅବସ୍ଥା କଣ ହେବ ବୋଲି ଭିଡିଓରେ ଜଣାଇଛନ୍ତି।

ଇନଷ୍ଟାଗ୍ରାମରେ ସେୟାର କରିଥିବା ଭିଡିଓରେ ବରିକ୍ତ ହୋଇ ଭାରତୀ ହାଇ ମାରୁଥିବା ବେଳେ ହଠାତ୍ ସେ ପଶୁ ରୂପେ ପରିଣତ ହେଉଛନ୍ତି। ଯାହାକୁ ଦେଖି ହସି ହସି ବେହାଲ ତାଙ୍କ ଫ୍ୟାନ୍ସ। ଆପଣ ମଧ୍ୟ ଦେଖନ୍ତୁ ତାଙ୍କର ଏହି ମଜାଦାର ଭିଡିଓ...

ସେହିପରି ସେ ଏହାର କ୍ୟାପସନରେ ଲେଖିଛନ୍ତି, ‘ଯଦି ଲକଡାଉନ ଆଗକୁ ବଢିଲା ତେବେ ଏପରି ଅବସ୍ଥା ହେବ।’ ଫ୍ୟାନ୍ସଙ୍କଠୁ ନେଇ ସେଲିବ୍ରିଟି ମଧ୍ୟ ତାଙ୍କ ଏହି ପୋଷ୍ଟରେ କମେଣ୍ଟ ଦେବାରେ ଲାଗିଛନ୍ତି।

ABOUT THE AUTHOR

...view details