ମୁମ୍ବାଇ: ଭାଇ ଭଉଣୀଙ୍କର ପବିତ୍ର ବନ୍ଧନର ଦିନ ହୋଇଥାଏ 'ଭାଇ ଦୁଜ୍" । ଏହି ଦିନ ପ୍ରତିଟି ଭଉଣୀ ନିଜ ଭାଇର ମଙ୍ଗଳ ମନାସିବା ସହିତ ଦୀର୍ଘାୟୁ କାମନା କରିଥାନ୍ତି । ତେବେ ଏହି ପବିତ୍ର ଦିନରେ ଭାଇ ଇବ୍ରାହିମଙ୍କୁ ମନେ ପକାଇଛନ୍ତି ବଲିଉଡ଼ ଅଭିନେତ୍ରୀ ଚୁଲବୁଲି ସାରା ଅଲ୍ଲୀ ଖାନ । ଏ ନେଇ ସେ ଇନଷ୍ଟାଗ୍ରାମରେ ଏକ ସ୍ନେହଭରା ପୋଷ୍ଟ କରି ଇବ୍ରାହିମଙ୍କୁ ଦେଇଛନ୍ତି ସ୍ପେଶାଲ ବାର୍ତ୍ତା ।
ଚଳିତ ବର୍ଷ ଶନିବାର ସାରା ଦେଶରେ ଭାଇ ଦୁଜ୍ ପାଳନ ହୋଇଥିଲା । ପ୍ରତ୍ୟେକ ଭଉଣୀ ଭାଇ ମଥାରେ ଟିକା ଲଗାଇବା ସହିତ ପୂଜାର୍ଚ୍ଚନା କରିଥିଲେ । ଏହାର ପ୍ରତିବଦଳରେ ଭାଇ ମଧ୍ୟ ନିଜ ଗେହ୍ଲି ଭଉଣୀକୁ ଦେଇଥିଲେ ସୁନ୍ଦର ସୁନ୍ଦର ଗିଫ୍ଟ । ତେବେ ଇବ୍ରାହିମ ସାରାଙ୍କ ନିକଟରେ ନଥିବାରୁ ତାଙ୍କୁ ମନେ ପକାଇ ସାରା କରିଛନ୍ତି ଏହି ପୋଷ୍ଟ । ସେ ନିଜ ପୋଷ୍ଟରେ ଲେଖିଛନ୍ତି ଯେ, "ଭାଇ ଦୁଜ୍ର ଅନେକ ଶୁଭେଚ୍ଛା ଇଗି ପୋଟ୍ଟର(Iggy Potter) । ଆଜି ତୁମକୁ ମୁଁ ବହୁତ ମିସ୍ କରୁଛି । ତୁମେ ଏକମାତ୍ର ଯିଏ ଚନ୍ଦ୍ର ସହିତ ଗୋଟିଏ ଫ୍ରେମରେ ଥାଇ ମଧ୍ୟ ମୋ ଧ୍ୟାନ ଆକର୍ଷଣ କରିପାରିବ । ଶୀଘ୍ର ଘରକୁ ଆସ । "