ମୁମ୍ବାଇ: ମହାରାଷ୍ଟ୍ରର ମୁମ୍ବାଇ ଏୟାରପୋର୍ଟରେ ବଲିଉଡ଼ ସୁପରଷ୍ଟାର ସଲମାନ ଖାନଙ୍କୁ ସିକ୍ୟୁରିଟି ଯାଞ୍ଚ ପାଇଁ ଅଟକାଯାଇଥିଲା । ଏଭଳି କରି ଚର୍ଚ୍ଚାକୁ ଆସିଥିଲେ ନୟାଗଡ଼ ଜିଲ୍ଲାର ଓଡ଼ିଆ ଯବାନ ତଥା ASI ସୋମନାଥ ମହାନ୍ତି । ଏହି ଘଟଣା ପରେ ବର୍ତ୍ତମାନ ସୋମନାଥଙ୍କ ମୋବାଇଲ ଫୋନକୁ ଜବତ କରିଛି CISF (ସେଣ୍ଟ୍ରାଲ ଇଣ୍ଡିଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ) । ସେ ଗଣମାଧ୍ୟମକୁ ଏହି ଘଟଣା ସମ୍ପର୍କରେ ଅଧିକ ସୂଚନା ନ ଦେବା ପାଇଁ ତାଙ୍କ ମୋବାଇଲ ଫୋନକୁ ଜବତ କରାଯାଇଥିବା CISFର ଜଣେ ଅଧିକାରୀ ସୂଚନା ଦେଇଛନ୍ତି ।
ଏହି ଘଟଣା ସମ୍ପର୍କରେ ସେ ଗଣମାଧ୍ୟମକୁ ସୂଚନା ଦେଉଥିବାରୁ CISF ତାଙ୍କ ମୋବାଇଲ ଫୋନକୁ ଜବତ କରିଛି । ସେ ଗଣମାଧ୍ୟମକୁ ସୂଚନା ଦେଇ ପ୍ରୋଟୋକଲକୁ ଭାଙ୍ଗୁଛନ୍ତି ବୋଲି କହିଛି CISF । ଯବାନ ଏ ସମ୍ପର୍କରେ ଗଣମାଧ୍ୟମକୁ ଆହୁରି ଅଧିକ ସୂଚନା ନ ଦେବା ପାଇଁ ତାଙ୍କ ମୋବାଇଲ ଫୋନକୁ ଜବତ କରାଯାଇଥିବା କୁହାଯାଇଛି ।