ଓଡିଶା

odisha

ETV Bharat / sitara

ଶାହରୁଖଙ୍କ ପ୍ରେମରେ କ୍ରିସ ମାର୍ଟିନ - fan

ଶାହରୁଖ ଖାନଙ୍କ ପ୍ରଶଂସାରେ ବ୍ରିଟେନ ସିଙ୍ଗର କ୍ରିସ ମାର୍ଟିନ ।

ଫଟୋ ସୌଜନ୍ୟ: ଏଏନଆଇ

By

Published : Mar 12, 2019, 2:59 PM IST

ନୂଆଦିଲ୍ଲୀ: କେବଳ ଭାରତରେ ନୁହେଁ ବିଦେଶରେ ମଧ୍ୟ ବି-ଟାଉନ ବାଦଶାହଙ୍କ ଚାହିଦା ଆକାଶଛୁଆଁ । ସୁପରଷ୍ଟାର ଶାହରୁଖ ଖାନଙ୍କ ଫ୍ୟାନ୍ସ ପୁରା ଦୁନିଆରେ ଦେଖିବାକୁ ମିଳିଥିବାବେଳେ ଛୋଟଠୁ ନେଇ ବୟସ୍କ ବ୍ୟକ୍ତି ପର୍ଯ୍ୟନ୍ତ ସମସ୍ତଙ୍କ ପ୍ରିୟ ଏହି ରୋମାଣ୍ଟିକ କିଙ୍ଗ । ଆଉ ଏବେ ତାଙ୍କ ଫ୍ୟାନ କ୍ଲବରେ ସାମିଲ ହୋଇଛନ୍ତି ଫେମସ ଗାୟକ ତଥା ରାଇଟର କ୍ରିସ ମାର୍ଟିନ ।

ସୋମବାର ସେ ନିଜ ଟ୍ବିଟର ଆକାଉଣ୍ଟରେ ବଲିଉଡ ବାଦଶାହଙ୍କ ପ୍ରଶଂସା କରି ଲେଖିଛନ୍ତି, "ଶାହରୁଖ ଖାନ ଇଜ ଫରଏଭର"।

ସେ ନିଜର ନୂଆ ଫେଭରାଇଟ ଗୀତ ତାଲିକା ଫ୍ୟାନ୍ସଙ୍କ ପାଇଁ ସେୟାର କରି ଗୀତ ବିଷୟରେ ଜଣାଇଛନ୍ତି । ଗୀତ ତାଲିକା ପରେ ସେ ଲେଖିଛନ୍ତି, Ok enough tweeting for one month. Shah Rukh Khan forever. Love".

ପ୍ରକାଶ ଥାଉକି ସୁଇଜରଲ୍ୟାଣ୍ଡରେ ଆକାଶ ଅମ୍ବାନୀ ଓ ଶ୍ଲୋକା ମେହତାଙ୍କ ପ୍ରୀ-ୱେଡିଂ ପାର୍ଟିରେ ଶାହରୁଖ ଓ କ୍ରିସ ଏକାଠି ଡାନ୍ସ କରୁଥିବାର ନଜର ଆସିଥିଲେ ।

ଏହା ପ୍ରଥମଥର ନୁହେଁ ଯେବେ ଶାହରୁଖଙ୍କର ବିଦେଶୀ ଫ୍ୟାନ ସାମ୍ନାକୁ ଆସିଛନ୍ତି । ତାଙ୍କ ବିଦେଶୀ ଫ୍ୟାନ୍ସ ତାଲିକାରେ ହ୍ୟୁ ଜ୍ୟାକମ୍ୟାନ, ଜେମ୍ସ କ୍ୟାମରୋନ, ଏକନ, ଲିୟୋନାର୍ଡୋ ଡି କାପ୍ରିୟୋ ଓ ବ୍ରେଡ ପିଟ ଭଳି ଫେମସ ବ୍ୟକ୍ତିତ୍ବ ମଧ୍ୟ ସାମିଲ ଅଛନ୍ତି ।

ABOUT THE AUTHOR

...view details