ଓଡିଶା

odisha

By

Published : Nov 13, 2020, 6:10 PM IST

ETV Bharat / sitara

9 ବର୍ଷ ପରେ ଦ୍ୱିତୀୟ ବିବାହ କରିବେ ପ୍ରଭୁଦେବା !

ପୁଣିଥରେ ନିଜ ରିଲେସନସିପକୁ ନେଇ ଚର୍ଚ୍ଚାରେ ଫେମସ କୋରିଓଗ୍ରାଫର ପ୍ରଭୁଦେବା । ପ୍ରଭୁଦେବା ପୁଣି ଥରେ ପ୍ରେମରେ ପଡ଼ିଛନ୍ତି ଏବଂ ସେ ଖୁବ୍ ଶୀଘ୍ର ଦ୍ୱିତୀୟ ଥର ବିବାହ କରିବାକୁ ଯାଉଛନ୍ତି । ଅଧିକ ପଢନ୍ତୁ...

choreographer-prabhu-deva-to-tie-the-knot-second-time
9 ବର୍ଷ ପରେ ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି ପ୍ରଭୁଦେବା !

ନୂଆଦିଲ୍ଲୀ: ଫେମସ କୋରିଓଗ୍ରାଫର ତଥା ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ନିର୍ଦ୍ଦେଶକ ପ୍ରଭୁଦେବା ତାଙ୍କ ବୃତ୍ତିଗତ ଜୀବନ ଅପେକ୍ଷା ବ୍ୟକ୍ତିଗତ ଜୀବନକୁ ନେଇ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି । ଏଥି ସହିତ ସେ ପୁଣି ଥରେ ନିଜ ରିଲେସନସିପ ଖବରକୁ ନେଇ ଚର୍ଚ୍ଚାରେ ।

ଶୁଣିବାକୁ ମିଳୁଛି, ପ୍ରଭୁଦେବା ପୁଣି ଥରେ ପ୍ରେମରେ ପଡ଼ିଛନ୍ତି ଏବଂ ସେ ଖୁବ୍ ଶୀଘ୍ର ଦ୍ୱିତୀୟ ଥର ବିବାହ କରିବାକୁ ଯାଉଛନ୍ତି । କିଛି ବର୍ଷ ପୂର୍ବେ ପ୍ରଭୁଦେବା ବିବାଦ କାରଣରୁ ପତ୍ନୀ ରାମଲତାଙ୍କ ଠାରୁ ଅଲଗା ହୋଇଯାଇଥିଲେ । ଏବେ ସେ ପୁଣି ଥରେ ରିଲେସନସିପରେ ଅଛନ୍ତି।

ରିପୋର୍ଟ ଅନୁଯାୟୀ, ଶୁଣିବାକୁ ମିଳୁଛି ପ୍ରଭୁଦେବା ଆଜିକାଲି ତାଙ୍କ ଭାଣିଜିଙ୍କ ସହ ରିଲେସନସିପରେ ଅଛନ୍ତି । ଦୁହେଁ ଦୀର୍ଘ ସମୟ ଧରି ପରସ୍ପରକୁ ଡେଟ କରୁଥିଲେ ।

ଖବର ଅନୁଯାୟୀ ସେ ତାଙ୍କ ବିବାହ ବିଷୟରେ ଯୋଜନା କରୁଛନ୍ତି ଏବଂ ଖୁବ୍ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ତେବେ ଏହି ପ୍ରସଙ୍ଗରେ ପ୍ରଭୁଦେବା ଏବଂ ତାଙ୍କ ଟିମ ପକ୍ଷରୁ କୈଣସି ପ୍ରତିକ୍ରିୟା ମିଳିନାହିଁ।

ଏହି ସମୟରେ, ପ୍ରଭୁଦେବା ତାଙ୍କର ଆଗାମୀ ଚଳଚ୍ଚିତ୍ର 'ରାଧେ: ଇୟୋର ମୋଷ୍ଟ ଓ୍ବାଣ୍ଟେଡ ଭାଇ'ର ନିର୍ଦ୍ଦେଶନା ଦେଉଛନ୍ତି । ଏହି ଚଳଚ୍ଚିତ୍ରରେ ବଲିଉଡର ସୁପରଷ୍ଟାର ସଲମାନ ଖାନ ଏବଂ ଦିଶା ପାଟାନି ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି । ଏହା ବ୍ୟତୀତ ପ୍ରଭୁଦେବା ଅନେକ ଦକ୍ଷିଣ ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ନଜର ଆସିବେ ।

ABOUT THE AUTHOR

...view details