ମୁମ୍ବାଇ: ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରାଙ୍କ ଅଭିନୀତ ଫିଲ୍ମ ‘ଦ ସ୍କାଇ ଇଜ ପିଙ୍କ’ ନିକଟରେ ରିଲିଜ ହୋଇଥିଲା । ପାଖାପାଖି ଦୁଇ ବର୍ଷ ପରେ ବଲିଉଡକୁ ଏହି ଫିଲ୍ମ ଜରିଆରେ କମବ୍ୟାକ କରିଥିଲେ ପ୍ରିୟଙ୍କା । ‘ଦ ସ୍କାଇ ଇଜ ପିଙ୍କ’ରେ ତାଙ୍କ ସହ ରୋମାନ୍ସ କରୁଥିବାର ନଜର ଆସିଛନ୍ତି ଅଭିନେତା ଫରହାନ ଅଖତର । ହୁଏତଃ ଫିଲ୍ମର ଯାଦୁ ଦର୍ଶକଙ୍କ ଉପରେ ଚାଲିପାରିଲାନି । କିନ୍ତୁ ଫ୍ୟାନ୍ସଙ୍କୁ ତାଙ୍କ ଅଭିନୟ ସବୁଥର ପରି ଭଲ ଲାଗିଛି । ଇତିମଧ୍ୟରେ ଆଉ ଏକ ଗୁଡନ୍ୟୁଜ ସାମ୍ନାକୁ ଆସିଛି । ଯାହା ଶୁଣି ଖୁସି ହୋଇଯିବେ ଫ୍ୟାନ୍ସ ।
କଥାଟି ହେଲା କି ପ୍ରିୟଙ୍କା ଓ ତାଙ୍କ ଭଉଣୀ ତଥା ଅଭିନେତ୍ରୀ ପରିଣୀତି ଚୋପ୍ରା ହଲିଉଡ ଫିଲ୍ମ ‘ଫ୍ରୋଜନ-2’ର ହିନ୍ଦୀ ଭର୍ସନରେ ସ୍ବର ଦେବେ । ଏହି କଥାର ସୂଚନା ଫ୍ୟାନ୍ସଙ୍କୁ ଇନଷ୍ଟାଗ୍ରାମରେ ଦେଇଛନ୍ତି ପ୍ରିୟଙ୍କା । ସେ ଇନଷ୍ଟାରେ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ଦୁଇଭଉଣୀ ଫ୍ରୋଜନ ସିଷ୍ଟର ଅବତାରରେ ନଜର ଆସୁଛନ୍ତି ।