ଓଡିଶା

odisha

ETV Bharat / sitara

ସୁଶାନ୍ତଙ୍କ ପିତାଙ୍କୁ ଭେଟିଲେ ହରିୟାଣା ମୁଖ୍ୟମନ୍ତ୍ରୀ

ରାଜ୍ୟ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ସ୍ୱର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପିତା କେକେ ସିଂଙ୍କୁ ଭେଟିଛନ୍ତି । ସେ ପୋଲିସ କମିଶନର ଓପି ସିଂଙ୍କ ଘରେ ତାଙ୍କ ପିତାଙ୍କୁ ଭେଟିଥିଲେ।

By

Published : Aug 8, 2020, 4:26 PM IST

Chief Minister Manohar Lal
ସୁଶାନ୍ତଙ୍କ ପିତାଙ୍କୁ ଭେଟିଲେ ହରିୟାଣା ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ: ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଫରିଦାବାଦରେ ସ୍ବର୍ଗତ ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପିତା କେକେ ସିଂଙ୍କୁ ଭେଟିଛନ୍ତି । ମୁଖ୍ୟମନ୍ତ୍ରୀ ଖଟ୍ଟର ଓ କେକେ ସିଂଙ୍କ ଏହି ବୈଠକ ଫରିଦାବାଦ ପୋଲିସ କମିଶନର ଓପି ସିଂଙ୍କ ଘରେ ହୋଇଥିଲା । ପ୍ରକାଶଥାଉକି, ପୋଲିସ କମିଶନର ଓପି ସିଂ ହେଉଛନ୍ତି ସ୍ବର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଭିଣୋଇ । ମିଳିଥିବା ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀ ଓ କେକେ ସିଂଙ୍କ ମଧ୍ୟରେ ଏହି ସାକ୍ଷାତ ପ୍ରାୟ 10 ମିନିଟ୍ ପର୍ଯ୍ୟନ୍ତ ଚାଲିଥିଲା । ମନୋହର ଲାଲ ବୈଠକ ପରେ ଦିଲ୍ଲୀ ଯାଇଥିଲେ ।

ପ୍ରକାଶଥାଉକି, 3 ଅଗଷ୍ଟରେ ସୁଶାନ୍ତ ସିଂ ରାଜପୁତଙ୍କ ପିତା କେକେ ସିଂ ଫରିଦାବାଦ ଆସିଥିଲେ । ସେଦିନ ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ମାମଲାରେ ସେ ଏକ ବଡ ବିବୃତ୍ତି ଦେଇଥିଲେ । କେକେ ସିଂ କହିଛନ୍ତି ଯେ 25 ଫେବୃଆରୀରେ ସେ ସୁଶାନ୍ତ ସିଂ ରାଜପୁତଙ୍କ ଜୀବନ ପ୍ରତି ବିପଦ ଥିବା ନେଇ ବାନ୍ଦ୍ରା ପୋଲିସ (ମୁମ୍ବାଇ)କୁ ଜଣାଇଥିଲେ । ଅଭିଯୋଗ ସତ୍ତ୍ବେ ବାନ୍ଦ୍ରା ପୋଲିସ କୌଣସି ପଦକ୍ଷେପ ନେଇ ନଥିଲା ।

40 ଦିନ ପରେ ମଧ୍ୟ ସେ କୌଣସି କାର୍ଯ୍ୟାନୁଷ୍ଠାନ ନଥିବାରୁ ସେ ପାଟନା ଯାଇ ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ । ଏହାପରେ ପାଟନା ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା, କିନ୍ତୁ ଅପରାଧୀମାନେ ବର୍ତ୍ତମାନ ପଳାୟନ କରୁଛନ୍ତି ବୋଲି ସୁଶାନ୍ତଙ୍କ ପିତା କହିଛନ୍ତି ।

ପ୍ରକାଶଥାଉକି, ସୁଶାନ୍ତ ସିଂ 14 ଜୁନରେ ନିଜ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ । ମୁମ୍ବାଇ ପୋଲିସ ଓ ବିହାର ପୋଲିସ ସୁଶାନ୍ତଙ୍କ ମାମଲାର ତଦନ୍ତ କରୁଛନ୍ତି । ତେବେ ସୁଶାନ୍ତଙ୍କ ଆତ୍ମହତ୍ୟା ମାମଲାରେ ବିହାର ପୋଲିସ ସମ୍ପୃକ୍ତ ଥିବାରୁ ଏହି ମାମଲା ଦିନକୁ ଦିନ ବଢିବାରେ ଲାଗିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details