ଓଡିଶା

odisha

ETV Bharat / sitara

ଦୀପିକା ଓ ବିକ୍ରାନ୍ତଙ୍କ ନୋକ-ଝୋକ, ଦେଖନ୍ତୁ ଭିଡିଓ - ଦୀପିକା ପାଦୁକୋନଙ୍କ ଚର୍ଚ୍ଚିତ ଫିଲ୍ମ ଛାପକ

ରିଲିଜ ହୋଇଯାଇଛି ‘ଛପାକ’ ଫିଲ୍ମର ପ୍ରଥମ ଗୀତ ‘ନୋକ ଝୋକ’ । ଗୀତରେ ଦୀପିକା ପାଦୁକୋନ ଓ ବିକ୍ରାନ୍ତଙ୍କ ମସ୍ତିଭରା ଅନ୍ଦାଜ ଦର୍ଶକଙ୍କ ମନ କିଣିଛି ।

song nok jhok
ଫଟୋ ସୌଜନ୍ୟ: ୟୁଟ୍ୟୁବ

By

Published : Dec 18, 2019, 5:08 PM IST

ମୁମ୍ବାଇ: ଦୀପିକା ପାଦୁକୋନ ଓ ବିକ୍ରାନ୍ତ ମେସୀଙ୍କ ଅପକମିଂ ଫିଲ୍ମ ‘ଛପାକ’ ରିଲିଜ ହେବାକୁ ପ୍ରସ୍ତୁତ । ଫିଲ୍ମଟି ଆସନ୍ତା ବର୍ଷ ଜାନୁଆରୀ 10ରେ ରିଲିଜ ହେବାକୁ ଯାଉଛି । ଯାହାକୁ ନେଇ ଏବେ ଠାରୁ ଏକ୍ସାଇଟେଡ ଦର୍ଶକ । ଦୀପିକାଙ୍କ ନୂଆ ଅବତାର ଏହି ଫିଲ୍ମରେ ଦେଖିବାକୁ ମିଳିବ । ନିକଟରେ ଫିଲ୍ମର ଦମଦାର ଟ୍ରେଲର ରିଲିଜ କରାଯାଇଥିଲା । ଆଉ ଏବେ ରିଲିଜ ହୋଇଯାଇଛି ଫିଲ୍ମର ଫାଷ୍ଟ ଟ୍ରାକ ‘ନୋକ ଝୋକ’ ।

ଗୀତରେ ଦୀପିକା ଓ ବିକ୍ରାନ୍ତଙ୍କ ମସ୍ତି ଏବଂ ରୋମାନ୍ସ ଦେଖିବାକୁ ମିଳୁଛି । ଗୀତ ରିଲିଜ ହେବା ସୂଚନା ଫ୍ୟାନ୍ସଙ୍କୁ ଦୀପିକା ସୋସିଆଲ ମିଡିଆରେ ଦେଇଛନ୍ତି । ଆଉ କ୍ୟାପସନରେ ଲେଖିଛନ୍ତି, ‘ନୋକ ଝୋକରେ କଥା ବିଗିଡି ଥାଏ ଏବଂ ବନିଥାଏ ମଧ୍ୟ ।’

‘ଛପାକ’ର ନିର୍ଦ୍ଦେଶିକା ମେଘନା ଗୁଲଜାରଙ୍କ ପିତା ତଥା ଲେଖକ ଗୁଲଜାର ସାହେବ ଏହି ଗୀତର ଲିରିକ୍ସ ଲେଖିଛନ୍ତି । ସେହିପରି ‘ନୋକ ଝୋକ’ ଗୀତରେ ମ୍ୟୁଜିକର ତଡକା ଶଙ୍କର ଅହସାନ ଲୟ ଲଗାଇଥିବା ବେଳେ ଗୀତଟିକୁ ଗାଇଛନ୍ତି ସିଦ୍ଧାର୍ଥ ମହାଦେବନ । ପ୍ରକାଶ ଥାଉକି ମେଘନାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଦୀପିକା ଏସିଡ ପୀଡିତା ଲଷ୍ମୀ ଅଗ୍ରୱାଲଙ୍କ ଭୂମିକାରେ ଅଭିନୟ କରୁଛନ୍ତି । ଫିଲ୍ମରେ ତାଙ୍କ ଭୂମିକା ନାମ ମାଲତୀ ରଖାଯାଇଛି ।

ABOUT THE AUTHOR

...view details