ମୁମ୍ବାଇ: ଆଜି ସିନେମା ହଲରେ ଦୁଇଟି ବଡ ଫିଲ୍ମ ରିଲିଜ ହୋଇଛି । ସିଂଘମ ଅଜୟ ଦେବଗନଙ୍କ ଐତିହାସିକ ଫିଲ୍ମ ‘ତାନାଜୀ: ଦ ଅନସଙ୍ଗ ୱାରିୟର’ ସହ ଟକ୍କର ଦେଇଛି ପଦ୍ମାବତୀ ଦୀପିକା ପାଦୁକୋନଙ୍କ ଫିଲ୍ମ ‘ଛପାକ’ । ଦୀର୍ଘ ସମୟରୁ ଏହି ଦୁଇ ଫିଲ୍ମ ଚର୍ଚ୍ଚାରେ ରହିଆସୁଛି । ଆଉ ଏମିତିରେ କେଉଁ ଫିଲ୍ମ ବକ୍ସ ଅଫିସରେ ବାଜି ମାରିବ, ଆସନ୍ତୁ ଜାଣିବା...
ଦୀପିକା ଓ ବିକ୍ରାନ୍ତ ମେସୀଙ୍କ ଅଭିନତୀ ‘ଛପାକ’କୁ କ୍ରିଟିକ୍ସିଙ୍କ ଶାନଦାର ପ୍ରତିକ୍ରିୟା ମିଳିଛି । ହେଲେ ବାସ୍ତବ ଘଟଣା ଉପରେ ଆଧାରିତ ‘ଛପାକ’ର ପ୍ରଥମଦିନ କଲେକ୍ସନ ଉପରେ ପ୍ରଭାବ ପଡିପାରେ । ଏହାର କାରଣ ଦୀପିକାଙ୍କ ଜେଏନୟୁ ଛାତ୍ରଛାତ୍ରୀଙ୍କ ବିରୋଧ ପ୍ରଦର୍ଶନରେ ସାମିଲ ହେବା । ସୋସିଆଲ ମିଡିଆରେ ‘ଛପାକ’କୁ ବଏକଟ କରିବା ଦାବି ହେବା ପରଠୁ, ଟ୍ରେଣ୍ଡ ଆନାଲିଷ୍ଟ ଗିରିଶ ଜୋହର ଅନୁମାନ ଲଗାଇ କହିଛନ୍ତି ‘ଛପାକ’ ରିଲିଜର ପ୍ରଥମଦିନରେ କେବଳ 5 କୋଟି ଟଙ୍କା ଆୟ କରିବାରେ ସଫଳ ହେବ ।