ଓଡିଶା

odisha

By

Published : Jul 14, 2019, 8:15 PM IST

ETV Bharat / sitara

‘ଚନ୍ଦ୍ରଯାନ-2’: ମହିଳା ବୈଜ୍ଞାନିକଙ୍କୁ ଶୁଭେଚ୍ଛା ଜଣାଇଲେ ଖିଲାଡି

‘ଚନ୍ଦ୍ରଯାନ-2’ରେ ସାମିଲ ଥିବା ମହିଳା ବୈଜ୍ଞାନିକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଖିଲାଡି ଅକ୍ଷୟ କୁମାର । ଆଗକୁ ‘ମିଶନ ମଙ୍ଗଲ’ ଫିଲ୍ମରେ ନଜର ଆସିବେ ଅକ୍ଷୟ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@akshaykumar

ମୁମ୍ବାଇ: ବଲିଉଡ ଅଭିନେତା ଅକ୍ଷୟ କୁମାର ନିଜ ଫିଲ୍ମ ଦ୍ବାରା ସବୁବେଳେ ମହିଳା ସୁରକ୍ଷା ଓ ମହିଳାଙ୍କ ସାହାସ ବିଷୟରେ ଚର୍ଚ୍ଚା କରନ୍ତି । ଏହାସହ ମହିଳାଙ୍କ ସୁରକ୍ଷା ପାଇଁ କରାଯାଉଥିବା କ୍ୟାମ୍ପେନରେ ସବୁବେଳେ ଭାଗ ନିଅନ୍ତି । ନିଜ ଆଗାମୀ ଫିଲ୍ମ ‘ମିଶନ ମଙ୍ଗଲ’ରେ ନଜର ଆସିବେ ଖିଲାଡି କୁମାର । ଫିଲ୍ମରେ ମହିଳା ବୈଜ୍ଞାନିକଙ୍କୁ ମଧ୍ୟ ଗୁରୁତ୍ବ ଦିଆଯାଇଛି ।

ତେବେ ଭାରତରୁ ପୁଣି ‘ଚନ୍ଦ୍ରଯାନ-2’ର ଉତ୍ତକ୍ଷେପଣ ହେବ । 14 ଜୁଲାଇ ରାତିରେ ଇସ୍ରୋ ପକ୍ଷରୁ ମହାକାଶକୁ ଭାରତର ଦ୍ବିତୀୟ ଚନ୍ଦ୍ରଯାନ ଉତ୍ତକ୍ଷେପଣ କରାଯିବ । ଏହି ମିଶନରେ ସାମିଲ ଥିବା ଦୁଇ ମହିଳା ବୈଜ୍ଞାନିକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଖିଲାଡି । ଅକ୍ଷୟ ଟ୍ବିଟ କରି ମହିଳାଙ୍କ ସମେତ ଇସ୍ରୋକୁ ଶୁଭେଚ୍ଛା ଦେଇଛନ୍ତି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@akshaykumar

ପ୍ରକାଶ ଥାଉ କି, ‘ଚନ୍ଦ୍ରଯାନ-2’ ଶ୍ରୀହରିକୋଟାର ସତୀଶ ଧୱନ ସ୍ପେସ ସେଣ୍ଟରରୁ 14 ଜୁଲାଇ ରାତି 2ଟା 51ମିନିଟରେ ମହାକାଶକୁ ପ୍ରେରଣ କରାଯିବ । ତେବେ ଅକ୍ଷୟ କୁମାର ମଧ୍ୟ ମଙ୍ଗଳଯାନର ସଫଳ ପରୀକ୍ଷଣ ବିଷୟରେ ନିର୍ମାଣ କରାଯାଇଥିବା ଫିଲ୍ମ ‘ମିଶନ ମଙ୍ଗଲ୍’ରେ ନଜର ଆସିବେ । ତାଙ୍କ ସହ ବିଦ୍ୟା ବାଲନ୍, ସୋନାକ୍ଷୀ ସିହ୍ନା, ଶର୍ମନ ଯୋଶୀ, ତାପସୀ ପନ୍ନୁ ଆଦିଙ୍କୁ ଦେଖିବାକୁ ମିଳିବ ।

ABOUT THE AUTHOR

...view details