ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ଓ ଭୂମି ପେଡନେକରଙ୍କ ଆସନ୍ତା ସପ୍ତାହରେ ରିଲିଜ ହେବାକୁ ଥିବା ଫିଲ୍ମ 'ସୋନଚିଡ଼ିୟା'କୁ ନେଇ ଏକ ବିବାଦ ସାମ୍ନାକୁ ଆସିଛି। ଖବର ଅନୁଯାୟୀ ଫିଲ୍ମର ଟ୍ରେଲରରେ ଅସନ୍ତୋଷ ଚମ୍ବଲବାସୀ ଫିଲ୍ମକୁ ନେଇ ଆପତ୍ତି ଉଠାଇଛନ୍ତି।
ଫିଲ୍ମର ପ୍ରମୋଶନ ପାଇଁ ନିର୍ମାତା ନିକଟରେ କିଛି ଭିଡିଓ ରିଲିଜ କରିଥିଲେ। ଭିଡିଓକୁ ଆଧାର କରି ଚମ୍ବଲ ବାସିନ୍ଦା ରାଗିଯାଇଛନ୍ତି। ତାଙ୍କର କହିବା ଅନୁଯାୟୀ ଏହି ଫିଲ୍ମ ଜରିଆରେ ଚମ୍ବଲର ଛବିକୁ ଖରାପ କରାଯାଉଛି। ଫିଲ୍ମ 'ସୋନଚିଡ଼ିୟା'ରେ 70 ଦଶକରେ ସ୍ଥାପିତ କାହାଣୀ ଦେଖିବାକୁ ମିଳିବ । ଯେଉଁଥିରେ ଚମ୍ବଲର ଏକ ଛୋଟ ଗାଁରେ ଡକାୟତଙ୍କ ଶାସନ ଓ ପ୍ରଭୁତ୍ବ ନଜର ଆସିବ। ଖାଲି ଏତିକି ନୁହେଁ, ସେହିଠାରେ କ୍ଷମତା ହାସଲ କରିବା ପାଇଁ ଅନେକ ଡକାୟତ ପୋଲିସଙ୍କ ସହ ଲଢୁଥିବାର ଦେଖାଯିବେ।
ଫିଲ୍ମ 'ସୋନଚିଡ଼ିୟା'ରେ ଚମ୍ବଲ ସହରକୁ ଡକାୟତ ଏବଂ ବନ୍ଧୁକର ସହର ରୂପେ ଉପସ୍ଥାପନ କରାଯାଇଛି। ଏହି କଥା ଚମ୍ବଲ ବାସୀଙ୍କୁ ଆଦୌ ପସନ୍ଦ ଆସୁନାହିଁ। ତେଣୁ ସେମାନେ ଫିଲ୍ମକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି। ଫିଲ୍ମର ପ୍ରଚାରପ୍ରସାର ସ୍କ୍ରିପ୍ଟରେ ଚମ୍ବଲ ଟୁରିଜମର ଶବ୍ଦ ବ୍ୟବହାର ଡକାୟତି, ଚୋରି, ଅପହରଣ, ବନ୍ଧୁକ, ହତ୍ୟା ଆଦି ଜିନିଷକୁ ନେଇ ପ୍ରଦର୍ଶିତକରାଯାଇଛି।
ଚମ୍ବଲବାସୀ କହିଛନ୍ତି କି ଏହି ଫିଲ୍ମ ପାଇଁ ଚମ୍ବଲର ନକରାତ୍ମକ ଛବି ପ୍ରସ୍ତୁତ କରାଯାଇଛି। ଯାହା ଦ୍ବାରା ଏହି କ୍ଷେତ୍ରରେ ରହୁଥିବା ଲୋକଙ୍କୁ ଦେଶ ବାହାରେ ଏବଂ ଦେଶର ଅନ୍ୟ ରାଜ୍ୟରେ ବ୍ୟବସାୟ, ଶିକ୍ଷା, ଚାକିରି କରିବାରେ ବହୁତ ଜଟିଳ ପରିସ୍ଥିତର ସାମ୍ନା କରିବାକୁ ପଡୁଛି।
ଫିଲ୍ମ ପାଇଁ ଏଠାକାର ଲୋକଙ୍କୁ ଘୃଣ୍ୟ ଦୃଷ୍ଟିରେ ଦେଖାଯାଇଛି ଏବଂ ଚମ୍ବଲ କ୍ଷେତ୍ରର ପର୍ଯଟନକୁ ବଡ କ୍ଷତି ସହିବାକୁ ପଡୁଛି। 'ସୋନଚିରିୟା'ର ଏପରି ପ୍ରଚାରରେ ଅସନ୍ତୋଷ ଚମ୍ବଲର ସ୍ଥାନୀୟ ଲୋକେ ଫିଲ୍ମ ଉପରେ ପ୍ରତିବନ୍ଧ ଲଗାଇବାର କଥା କହିଛନ୍ତି। ଫିଲ୍ମଟି ମାର୍ଚ୍ଚା 1ରେ ରିଲିଜ ହେବ।