ଓଡିଶା

odisha

ETV Bharat / sitara

ଫିଲ୍ମ ଓ ଟିଭି ଇଣ୍ଡଷ୍ଟ୍ରି ପାଇଁ SOP ଜାରି କଲା ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ - ମିଡିଆ ଓ ଫିଲ୍ମ ଇଣ୍ଡଷ୍ଟ୍ରି ପାଇଁ SOP

ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ରବିବାର ଗଣମାଧ୍ୟମ ଓ ଚଳଚ୍ଚିତ୍ର ଉତ୍ପାଦନ ଶିଳ୍ପ ପାଇଁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରଣାଳୀ (SOP) ଘୋଷଣା କରିଛନ୍ତି । ଜାଭଡେକର କହିଛନ୍ତି ଯେ ଫିଲ୍ମ ଇଣ୍ଡଷ୍ଟ୍ରିରେ ସୁଟିଂ ପାଇଁ ସତର୍କତା ଅବଲମ୍ବନ କରାଯିବ।

ପ୍ରକାଶ ଜାଭଡେକର
ପ୍ରକାଶ ଜାଭଡେକର

By

Published : Aug 23, 2020, 12:32 PM IST

Updated : Aug 23, 2020, 12:38 PM IST

ନୂଆଦିଲ୍ଲୀ: ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ରବିବାର ଗଣମାଧ୍ୟମ ଓ ଚଳଚ୍ଚିତ୍ର ଉତ୍ପାଦନ ଶିଳ୍ପ ପାଇଁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରଣାଳୀ (SOP) ଘୋଷଣା କରିଛନ୍ତି । ଜାଭଡେକର କହିଛନ୍ତି ଯେ ଫିଲ୍ମ ଇଣ୍ଡଷ୍ଟ୍ରିରେ ସୁଟିଂ ପାଇଁ ସତର୍କତା ଅବଲମ୍ବନ କରାଯିବ। ସହ ମାସ୍କ ଓ ସାନିଟାଇଜର ବ୍ୟବହାର ବାଧ୍ୟତାମୂଳକ କରାଯାଇଛି । କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି SOP ଜାରି କରାଯାଇଛି ।

ଜାଭଡେକର କହିଛନ୍ତି ଯେ ବର୍ତ୍ତମାନ ଫିଲ୍ମ ଓ ଟିଭି ସିରିଏଲର କାମ ଆରମ୍ଭ ହୋଇପାରିବ । ଏଥିରେ ନିୟୋଜିତ ଲୋକଙ୍କୁ ସାମାଜିକ ଦୂରତା ଅନୁସରଣ କରିବାକୁ ପଡିବ ଏବଂ ମାସ୍କ ମଧ୍ୟ ବାଧ୍ୟତାମୂଳକ ହେବ । କେବଳ ଯେଉଁମାନେ କ୍ୟାମେରା ଆଗରେ ଅଛନ୍ତି କିମ୍ବା ଯାହାର ସୁଟିଂ ଚାଲିଛି, ସେମାନେ ମାସ୍କ ପିନ୍ଧିବା ଜରୁରୀ ନୁହେଁ ।

ଜାଭଡେକର କହିଛନ୍ତି, ଗଣମାଧ୍ୟମ ଜଗତରେ କାର୍ଯ୍ୟ ଆରମ୍ଭ କରିବା ପାଇଁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଏକ ବିସ୍ତୃତ SOP ଜାରି କରିଛି । ଏହି SOP କଳାକାର ଏବଂ କର୍ମଚାରୀଙ୍କ ପାଇଁ ଏକ ନିରାପଦ କାର୍ଯ୍ୟ ପରିବେଶ ସୃଷ୍ଟି କରିବାରେ ସାହାଯ୍ୟ କରିବ । SOP ବିଷୟରେ ମନ୍ତ୍ରୀ କହିଛନ୍ତି, ଅତି କମ୍ ସମ୍ପର୍କ ହେଉଛି SOPର ମୂଳ ଉଦ୍ଦେଶ୍ୟ । ମେକ୍ ଅପ୍ ଆର୍ଟିଷ୍ଟ, ହେୟାର ଡ୍ରେସରମାନେ ପିପିଇ କିଟ୍ ପିନ୍ଧି କାର୍ଯ୍ୟ କରିବେ ।

ସୁଟିଂ ସମୟରେ ପୋଷାକ, ୱିଗ୍, ମେକଅପ୍ ସାମଗ୍ରୀରେ ସ୍ବଚ୍ଛତା ରହିବା ଜରୁରୀ । ଅନେକ ଲୋକ ଯନ୍ତ୍ରପାତି ମଧ୍ୟ ବ୍ୟବହାର କରନ୍ତି, ତେବେ ସେମାନେ ଗ୍ଲୋଭସ୍ ପିନ୍ଧି କାମ କରିବେ । ଲାପେଲ୍ ମାଇକ୍ ଠାରୁ ଦୂରେଇ ରୁହନ୍ତୁ । ସୁଟିଂ ସମୟରେ ଅତିକମ୍ କାଷ୍ଟ ଓ କ୍ରିଉ ସଦସ୍ୟ ରହିବା ଉଚିତ୍ । ଦର୍ଶକଙ୍କୁ ସୁଟିଂସେଟରେ ଅନୁମତି ଦିଆଯିବ ନାହିଁ ।

Last Updated : Aug 23, 2020, 12:38 PM IST

ABOUT THE AUTHOR

...view details