ଓଡିଶା

odisha

ETV Bharat / sitara

ବଜେଟକୁ ନେଇ ଦ୍ବନ୍ଦରେ ବି-ଟାଉନ - bollywood

ଆସନ୍ତାକାଲି (ଶୁକ୍ରବାର) ଆସିବାକୁ ଥିବା ବଜେଟକୁ ନେଇ ଉତ୍ସାହିତ ବି-ଟାଉନ ଷ୍ଟାର୍ସ । ନିଜ ନିଜ ପ୍ରତିକ୍ରିୟା ରଖି ବଜେଟରେ ବଲିଉଡକୁ ରିହାତି ମିଳିବ ବୋଲି କହିଛନ୍ତି ।

ଡିଜାଇନ ଫଟୋ

By

Published : Jul 4, 2019, 5:14 PM IST

ମୁମ୍ବାଇ: ଦିନକ ପରେ ଆସିବ ବଜେଟ । କିନ୍ତୁ ସାଧାରଣ ଜନତାଙ୍କ ଠାରୁ ନେଇ ବଲିଉଡ ଷ୍ଟାର୍ସ ବଜେଟ ପାଇଁ ଅପେକ୍ଷା କରିବସିଛନ୍ତି । ଏଣ୍ଟରଟେନମେଣ୍ଟ ଇଣ୍ଡଷ୍ଟ୍ରି ହଜାର କୋଟିର ବିଜନେସ ଗୋଟିଏ ବର୍ଷ ମଧ୍ୟରେ କରୁଛି ଏବଂ 18 ଶତକଡା ଟ୍ୟାକ୍ସ ମଧ୍ୟ ଦେଉଛନ୍ତି ଷ୍ଟାର୍ସ । ତେବେ ଆସନ୍ତୁ ଜାଣିବା ଏବର୍ଷ ବଜେଟରେ କଣ ଚାହୁଁଛନ୍ତି ଏହି ଷ୍ଟାର୍ସ...

ବି-ଟାଉନର ବିବାଦୀୟ କୁଇନ କଙ୍ଗନା ରଣାୱତ ଆଶା କରୁଛନ୍ତି ଯେ ସମସ୍ତଙ୍କ ପାଇଁ ଏବର୍ଷ ବଜେଟ ଭଲ ସାବ୍ୟସ୍ତ ହେବ । ଆଉ ଯେଉଁ କ୍ଷେତ୍ରରେ ବିକାଶର ଆବଶ୍ୟକ ଅଛି ସେଥିପ୍ରତି ସରକାରଙ୍କ ଧ୍ୟାନ ରହିବ । ଏହାସହ ସେ କହିଛନ୍ତି ଯେ ଏଥର ବଜେଟ ସମସ୍ତଙ୍କ ପକ୍ଷରେ ଆସିବ ।

'ଫ୍ୟାମିଲି ଅଫ ଠାକୁରଙ୍ଗଜ'ର ଅଭିନେତ୍ରୀ ମାହି ଗିଲଙ୍କ ଅନୁଯାୟୀ ସାଧରଣ ଜନତାଙ୍କ ଆବଶ୍ୟକ ଅନୁଯାୟୀ ସବୁକିଛି ଶସ୍ତା ହେବା ଦରକାର । ମୁଖ୍ୟତଃ ଖାଇବା ପିଇବା ଜିନିଷର ବଜେଟ ବଢିବା କଥା ନୁହେଁ । ସେ ଆହୁରି କହିଛନ୍ତି ଯେ ମହଙ୍ଗା କାରର ମୂଲ୍ୟ ବଢିଗଲେ ତାଙ୍କୁ କୌଣସି ଆପତ୍ତି ନାହିଁ । କିନ୍ତୁ ସାଧାରଣତଃ ବ୍ୟବହାର ହେଉଥିବା ଜିନିଷ ବିଷୟରେ ଭାବିଚିନ୍ତି ସରକାର ବଜେଟ ତିଆରି କରନ୍ତୁ ।

ସେହିପରି ଅନେକ ଫିଲ୍ମ ଜରିଆରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତା ଜିମ୍ମି ସେରଗିଲ କହିଛନ୍ତି ଯେ ସରକାର ଏବଂ ପୁରା ଦୁନିଆକୁ ଏହା ଲାଗୁଛି ଯେ ବଲିଉଡରେ ଅଧିକ ଟଙ୍କା ଅଛି । ଯେଉଁ 18 ଶତକଡା ଟ୍ୟାକ୍ସ ଏଣ୍ଟରଟେନମେଣ୍ଟ ଇଣ୍ଡଷ୍ଟ୍ରି ପଇଠ କରୁଛନ୍ତି ଏଥର ବଜେଟରେ ସେଥିରୁ ରିହାତି ମିଳିବ ବୋଲି ଆଶା କରୁଛନ୍ତି ଜିମ୍ମି ।

For All Latest Updates

ABOUT THE AUTHOR

...view details