ମୁମ୍ୱାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାର ଯାଞ୍ଚ ହେବାର ଗୋଟିଏ ଦିନ ପରେ ଫେଡେରାଲ ଏଜେନ୍ସିର ଏକ ଟିମ୍ ରିସର୍ଟ ପରିଦର୍ଶନ କରିଛନ୍ତି । ଯେଉଁଠାରେ ସୁଶାନ୍ତ ଦୁଇମାସ ବିତାଇଥିଲେ ।
ଏଥିସହିତ ସିବିଆଇ ସୁଶାନ୍ତଙ୍କ ଫ୍ଲାଟମେଟ ଏବଂ କର୍ମଚାରୀଙ୍କୁ ମଧ୍ୟ ପଚରାଉଚରା ଜାରି ରଖିଛି ।
ସିବିଆଇ ଟିମ୍ ରବିବାର ସକାଳେ ୱାଟରଷ୍ଟୋନ୍ ରିସର୍ଟରେ ପହଞ୍ଚି ଦୁଇ ଘଣ୍ଟାରୁ ଅଧିକ ସମୟ ସେଠାରେ ରହିଥିଲେ । ଅନୁସନ୍ଧାନ ବେଳେ ସୁଶାନ୍ତ ରିସର୍ଟରେ ରହୁଥିବା ବେଳେ ତାଙ୍କ ଆଚରଣ କିପରି ଥିଲା ତାହା ଜାଣିବାକୁ ଚେଷ୍ଟା କରିଥିଲେ ।
ଏହି ସମୟରେ, ଫୋରେନସିକ୍ ଡାକ୍ତରଙ୍କ ଏକ ଟିମ୍ ସାଣ୍ଟା କ୍ରୁଜରେ ଥିବା ଆଇଏଏଫ ଡିଆରଡିଓ ଗେଷ୍ଟହାଉସରେ ପହଞ୍ଚିଥିଲେ ।
ଏଜେନ୍ସିର ସୂତ୍ରରୁ ପ୍ରକାଶ ଯେ, ଫୋରେନସିକ୍ ଟିମର ଡାକ୍ତରମାନେ ଶନିବାର ଦିନ ସୁଶାନ୍ତଙ୍କ ଫ୍ଲାଟରେ କପୂର ହସ୍ପିଟାଲର ଡାକ୍ତରମାନଙ୍କ ସହିତ କିଛି ଗୁରୁତ୍ବପୂର୍ଣ୍ଣ ବିଷୟରେ ଆଲୋଚନା କରିଥିଲେ ।
ଏଥିସହିତ ସିବିଆଇ ଟିମ୍ ସୁଶାନ୍ତଙ୍କ ଫ୍ଲାଟମେଟ ସିଦ୍ଧାର୍ଥ ପିଠାନି, ରୋଷେୟା ନୀରଜ ଏବଂ ତାଙ୍କ ହେଲପର ଦୀପେଶଙ୍କୁ ପଚରାଉଚରା କରୁଛି । ଖୁବ ଶୀଘ୍ର ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ମଧ୍ୟ ପଚରାଉଚରା କରାଯିବ ବୋଲି ଆଶା କରାଯାଉଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ