ମୁମ୍ବାଇ: ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା। ତାଙ୍କ ମାମଲା ସହ ଡ୍ରଗ୍ସ କେସରେ ଗିରଫ ହୋଇଥିବା ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀଙ୍କୁ ନିକଟରେ ମିଳିଥିଲା ଜାମିନ। ଜେଲ ଯିବା ପୂର୍ବରୁ ସେ ସେପ୍ଟେମ୍ବର 7ରେ ପୋଲିସ ନିକଟରେ ସୁଶାନ୍ତଙ୍କ ଭଉଣୀ ପ୍ରିୟଙ୍କା ସିଂ ଓ ମିତୁ ସିଂଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ କରିଥିଲେ ।
ଏହି ମାମଲା ଅନୁସାରେ, ଏହି ଦୁଇ ଜଣ ସୁଶାନ୍ତଙ୍କୁ ନକଲି ପ୍ରେସକ୍ରିପସନ ଜରିଆରେ ଭୁଲ ମେଡିସିନ ଖାଇବାକୁ ପ୍ରୋତ୍ସାହିତ କରୁଥିଲେ ବୋଲି ଅଭିଯୋଗ ହୋଇଛି । ଯାହାଦ୍ବାରା ସୁଶାନ୍ତଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡି ଥିଲା । ଆଉ ପରିଶେଷରେ ସେ ଆତ୍ମହତ୍ୟା ଭଳି ପଦକ୍ଷେପ ନେଇଥିଲେ।
ବମ୍ବେ ହାଇକୋର୍ଟରେ ନୂତନ ଆବେଦନ କରିଛନ୍ତି ରିଆ । ସୁଶାନ୍ତଙ୍କ ଦୁଇ ଭଉଣୀଙ୍କ ଉପରେ ଚାଲିଥିବା ମାମଲାକୁ ଖାରଜ ନ କରିବାକୁ ରିଆ ଆବେଦନ କରିଛନ୍ତି ।