ଓଡିଶା

odisha

ETV Bharat / sitara

ବନ୍ଦ ହେବନି ସୁଶାନ୍ତଙ୍କ ମୃତ୍ୟୁ ଫାଇଲ୍, ଯାଞ୍ଚ ଚଳାଇଛି ସିବିଆଇ - ସିବିଆଇ ପକ୍ଷରୁ ସାମ୍ନାକୁ ଆସିବା ପ୍ରତିକ୍ରିୟା

ଏମ୍ସ ରିପୋର୍ଟ ସାମ୍ନାକୁ ଆସିବା ପରେ ଚର୍ଚ୍ଚା ଜୋର ଧରିଥିଲା ଯେ ସୁଶାନ୍ତଙ୍କ କେସ୍ ଶୀଘ୍ର ବନ୍ଦ କରିବ ସିବିଆଇ । ଏବେ ଏହାକୁ ଖଣ୍ଡନ କରାଯାଇଛି ।

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

By

Published : Oct 15, 2020, 9:18 PM IST

ମୁମ୍ବାଇ: କିଛି ଦିନ ହେବ ଖବର ଶୁଣିବାକୁ ମିଳୁଥିଲା ଯେ ସ୍ବର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ବନ୍ଦ ରିପୋର୍ଟ ଦାଖଲ କରିବ । ହେଲେ ଗୁରୁବାର ଦିନ ଫେଡେରାଲ ଏଜେନ୍ସି ଏହି ଦାବିକୁ ଖଣ୍ଡନ କରି କହିଛନ୍ତି ଯେ ଏଭଳି ରିପୋର୍ଟ ମିଥ୍ୟା । ଏବେ ମଧ୍ୟ ସୁଶାନ୍ତଙ୍କ ମାମଲାର ଯାଞ୍ଚ ଚାଲିଛି ।

ସେପଟେ ଏହି ମାମଲାରେ ସିବିଆଇ ମୁଖପାତ୍ର ଆର.ଗୌର କହିଛନ୍ତି, ‘ସିବିଆଇ ସୁଶାନ୍ତଙ୍କ ମୃତ୍ୟୁ ଘଟଣାର ତଦନ୍ତ ଜାରି ରଖିଛି। ଗଣମାଧ୍ୟମରେ କିଛି କଳ୍ପନାଜଳ୍ପନା ରିପୋର୍ଟ ରହିଛି ଯେ ସିବିଆଇ ଏକ ସିଦ୍ଧାନ୍ତରେ ପହଞ୍ଚିଛି। ଯାହା ଆଦୌ ଭୁଲ୍ ଏବଂ ମନଗଢା କାହାଣୀ । ଏପରି ସିବିଆଇ ତରଫରୁ କୁହାଯାଏ ନାହିଁ କି ସୁଶାନ୍ତଙ୍କ କେସ୍ ଫାଇଲ ବନ୍ଦ କରାଯିବ।’

ପ୍ରକାଶ ଥାଉକି ଏହା ପୂର୍ବରୁ ସୁଧୀର ଗୁପ୍ତାଙ୍କ ନେତୃତ୍ବରେ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ(ଏଆଇଏମ୍ଏସ୍ଏସ୍)ର ଫରେନ୍ସିକ ଟିମ୍ ଅଭିନେତାଙ୍କ ମୃତ୍ୟୁ ମାମଲାରେ ହତ୍ୟାକାଣ୍ଡକୁ ଖଣ୍ଡନ କରିଥିଲେ । ଯାହା ଉପରେ ମୋହର ମାରିଥିଲା ସିବିଆଇ । ହେଲେ ଏବେ ତାଙ୍କ ଆତ୍ମହତ୍ୟାର କାରଣ ଜାଣିବାକୁ ଯାଞ୍ଚ କରୁଛି ସିବିଆଇ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details