ଓଡିଶା

odisha

ETV Bharat / sitara

ସୁଶାନ୍ତଙ୍କ ପିତା ଚାହିଁଲେ ସିବିଆଇ ତଦନ୍ତ ସମ୍ଭବ: ବିହାର ମୁଖ୍ୟମନ୍ତ୍ରୀ - ବଲିଉଡ୍ ଆକ୍

ସୁଶାନ୍ତ ମୃତ୍ୟୁ ଏକ ଅଡୁଆ ସୂତା ଖିଅରେ ଛନ୍ଧି ହେବାରେ ଲାଗିଛି। କୌଣସି ନିଷ୍କର୍ସ ବାହାରି ପାରୁନଥିବା ବେଳେ ମାମଲା ସିବିଆଇ ହାତକୁ ଯିବାକୁ ବସିଲାଣି। ତେବେ ସୁଶାନ୍ତ ସିଂ ରାଜପୁତଙ୍କ ପିତା ଚାହିଁଲେ ସିବିଆଇ ତଦନ୍ତ ହୋଇପାରିବ। ରାଜ୍ୟ ସରକାର ଏନେଇ କାର୍ଯ୍ୟ କରିବେ ବୋଲି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଶନିବାର ଏକ ଟିଭି ନ୍ୟୁଜ ଚ୍ୟାନେଲକୁ କହିଛନ୍ତି।

ସୁଶାନ୍ତଙ୍କ ପିତା ଚାହିଁଲେ ସିବିଆଇ ତଦନ୍ତ ସମ୍ଭବ: ମୁଖ୍ୟମନ୍ତ୍ରୀ ନୀତିଶ
ସୁଶାନ୍ତଙ୍କ ପିତା ଚାହିଁଲେ ସିବିଆଇ ତଦନ୍ତ ସମ୍ଭବ: ମୁଖ୍ୟମନ୍ତ୍ରୀ ନୀତିଶ

By

Published : Aug 2, 2020, 10:19 AM IST

ପାଟନା: ସୁଶାନ୍ତ ସିଂ ରାଜପୁତଙ୍କ ପିତା ଚାହିଁଲେ ସିବିଆଇ ତଦନ୍ତ ହୋଇପାରିବ। ରାଜ୍ୟ ସରକାର ଏନେଇ କାର୍ଯ୍ୟ କରିବେ ବୋଲି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଶନିବାର ଏକ ଟିଭି ନ୍ୟୁଜ ଚ୍ୟାନେଲକୁ କହିଛନ୍ତି।

ବିହାରର ଡେପୁଟି ସିଏମ ସୁଶୀଲ ମୋଦି କହିଛନ୍ତି ଯେ ମହାରାଷ୍ଟ୍ରର ଉଦ୍ଧବ ଠାକରେ ସରକାର “କଂଗ୍ରେସ ଅନୁଦାନ ପ୍ରାପ୍ତ ବଲିଉଡ ମାଫିଆ”ଙ୍କ ଚାପରେ ଥିଲେ ଏବଂ ଏହି ମାମଲା ସହ ଜଡିତ ସମସ୍ତ ପ୍ରମାଣକୁ ବଞ୍ଚାଇ ରଖିବା ସହ ଜଣେ ଉଦୀୟମାନ କଳାକାରଙ୍କ ଜୀବନକୁ ନର୍କ ବନେଇ ଦେଲେ।

ନୀତିଶ କହିଛନ୍ତି ଯେ ମହାରାଷ୍ଟ୍ର ପୋଲିସ ତଦନ୍ତରେ ବିହାର ପୋଲିସ ସହ ସହଯୋଗ କରିବା ଉଚିତ। ପାଟନାରେ ଏଫଆଇଆର ଦାଖଲ ହୋଇଥିବାରୁ ଏହା ବିହାର ପୋଲିସର ଆଇନଗତ କର୍ତ୍ତବ୍ୟ ଏବଂ ଭୂମିକା ବୋଲି ସେ କହିଛନ୍ତି । ଏହାସହ ଦୁଇ ରାଜ୍ୟ ପୋଲିସ ମଧ୍ୟରେ କୌଣସି ସଂଘର୍ଷ ହୋଇ ନାହିଁ।

ସେପଟେ ସୁଶାନ୍ତଙ୍କ ଭଉଣୀ ଶ୍ୱେତା ସିଂ କିର୍ତ୍ତୀ ଗତ ମାସରେ ମୃତ୍ୟୁବରଣ କରିଥିବା ଭାଇଙ୍କ ପାଇଁ ନ୍ୟାୟ ଦାବି କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟରେ ଆବେଦନ କରିଥିଲେ। କିର୍ତ୍ତୀ ସୋସିଆଲ ମିଡିଆରେ ଏକ ସଂକ୍ଷିପ୍ତ ନୋଟ୍ ପୋଷ୍ଟ କରି ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ଯେ ମୋ ଭାଇ ଆତ୍ମହତ୍ୟା କରିଛି ବୋଲି କୌଣସି ପ୍ରମାଣ ନାହିଁ। “ଆମେ ଅତି ସରଳ ପରିବାରର। ସେ ଲେଖିଛନ୍ତି ଯେ ମୋ ଭାଇଙ୍କର ବଲିଉଡରେ ଥିବାବେଳେ କୌଣସି ଗଡଫାଦର ନଥିଲେ କି ଆମର ବର୍ତ୍ତମାନ ବି କେହି ନାହାଁନ୍ତି।

ABOUT THE AUTHOR

...view details