ଓଡିଶା

odisha

By

Published : Nov 7, 2020, 8:46 AM IST

ETV Bharat / sitara

ଉଲଗ୍ନ ଫଟୋସୁଟ କରି ହଟହଟା ମିଲିନ୍ଦ, ରୁଜୁ ହେଲା ମାମଲା

ନିଜ ଫଟୋସୁଟକୁ ନେଇ ଫସିଲେ ମିଲିନ୍ଦ । ଉଲଗ୍ନ ହେବା ତାଙ୍କୁ ପଡିଲା ଭାରି । ଜନ୍ମଦିନରେ ସେୟାର କରିଥିଲେ ଏମିତି ଫଟୋ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ମୁମ୍ବାଇ: ଅଶ୍ଳୀଳତା ବିସ୍ତାର କରିବା ପାଇଁ ଅଭିନେତା, ମଡେଲ ଏବଂ ଫିଟନେସ୍ ପ୍ରମୋଟର୍ ମିଲିନ୍ଦ ସୋମନଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି । ଗତ 4ରେ ମିଲିନ୍ଦ ତାଙ୍କ ଜନ୍ମଦିନରେ ଏକ ଫଟୋ ସେୟାର କରିଥିଲେ । ଯେଉଁଥିରେ ସେ ଉଲଗ୍ନ ହୋଇ ସମୁଦ୍ର କୂଳରେ ଦୌଡ଼ୁଥିବା ଦେଖିବାକୁ ମିଳିଥିଲା ​​। ଅନେକ ଲୋକ ଏହି ଫଟୋ ଉପରେ ବର୍ତ୍ତମାନ ଆପତ୍ତି ପ୍ରକାଶ କରିଛନ୍ତି । ସୋସିଆଲ ମିଡିଆରେ ଏହାକୁ ନେଇ ବିବାଦ ସୃଷ୍ଟି ହୋଇଛି ।

ଉଲଗ୍ନ ଫଟୋ ସେୟାର କରିବା ପାଇଁ ମିଲିନ୍ଦଙ୍କ ବିରୋଧରେ ଆଇପିସିର ଧାରା 294 ଏବଂ ଧାରା 67 ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି। କଥାଟି ହେଲା ଯେ ଧାରା 294, ଅଶ୍ଳୀଳ କାର୍ଯ୍ୟ ଏବଂ ଗୀତ ଓ ଧାରା 67 ଇଲେକ୍ଟ୍ରୋନିକ୍ ଫର୍ମରେ ଅଶ୍ଳୀଳ ସାମଗ୍ରୀ ପ୍ରକାଶନ ଉପରେ ଲାଗୁ କରାଯିବା ପାଇଁ ଲାଗେ ।

ପ୍ରକାଶ ଥାଉକି ମିଲିନ୍ଦ ପ୍ରାୟତଃ ତାଙ୍କ ଫ୍ୟାନ୍ସଙ୍କୁ ଫିଟନେସ୍ ଟିପ୍ସ ଦିଅନ୍ତି । ଏହି କାରଣରୁ, ଜନ୍ମଦିନରେ ସେ ସମୁଦ୍ର କୂଳରେ ଦୌଡ଼ିବା ସମୟରେ ନିଜର ଫଟୋ ସେୟାର କରିଥିଲେ । ଉଲଗ୍ନ ଫଟୋସୁଟ କରାଇଥିଲେ ସେ । ଯେଉଁଥିରେ ତାଙ୍କ ଶରୀରରେ ଗୋଟିଏ ବି କପଡା ପିନ୍ଧି ଦେଖିବାକୁ ମିଳିନଥିଲା। ଏହାକୁ ପୋଷ୍ଟ କରି ନିଜକୁ ଜନ୍ମଦିନର ଶୁଭେଚ୍ଛା ଦେଇଥିଲେ ।

For All Latest Updates

TAGGED:

ABOUT THE AUTHOR

...view details