ଓଡିଶା

odisha

ETV Bharat / sitara

ସୁଶାନ୍ତ ଆତ୍ମହତ୍ୟା ମାମଲା: ମହେଶ, ମୁକେଶ, ରିୟା ଓ କ୍ରିତିଙ୍କ ନାଁରେ ମାମଲା

ସୁଶାନ୍ତଙ୍କ ଆତ୍ମହତ୍ୟା ମାମଲାରେ ମହେଶ ଭଟ୍ଟ, ମୁକେଶ ଭଟ୍ଟ, ରିୟା ଚକ୍ରବର୍ତ୍ତୀ ଏବଂ କ୍ରିତିଙ୍କ ନାଁରେ ମୁଜାଫରପୁର କୋର୍ଟରେ ମାମଲା ରୁଜୁ କରାଯାଇଛି । ଓକିଲ ସୁଧୀର ଓଜା ଏହି କେସ ରୁଜୁ କରିଛନ୍ତି । ଅଧିକ ପଢନ୍ତୁ...

By

Published : Jun 23, 2020, 6:57 PM IST

case filed against mukesh mahesh rhea and kriti sanon in muzaffarpur court
ସୁଶାନ୍ତଙ୍କ ଆତ୍ମହତ୍ୟା ମାମଲା: ମହେଶ, ମୁକେଶ, ରିୟା ଓ କ୍ରିତିଙ୍କ ବିରୋଧରେ ମାମଲା ରୁଜୁ

ମୁଜାଫରପୁର: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ 14 ଜୁନରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ତାଙ୍କ ମୃତ୍ୟୁ ପରେ ନେପୋଟିଜିମକୁ ନେଇ ବିବାଦ ଜାରି ରହିଛି । ଏହି ମାମଲାରେ ସଲମାନ ଖାନ, ସଞ୍ଜୟ ଲୀଲା ଭନସାଲୀ, କରଣ ଜୋହରଙ୍କ ସମେତ ଆଠ ଜଣଙ୍କ ବିରୋଧରେ ମୁଜାଫରପୁର କୋର୍ଟରେ ଏକ ଅଭିଯୋଗ ଦାଖଲ କରାଯାଇଥିଲା ।

ଏହି ମାମଲାରେ ମହେଶ ଭଟ୍ଟ, ମୁକେଶ ଭଟ୍ଟ, ରିୟା ଚକ୍ରବର୍ତ୍ତୀ ଏବଂ କ୍ରିତି ସେନନଙ୍କ ନାଁରେ ମୁଜାଫରପୁର କୋର୍ଟରେ ଆଉ ଏକ ମକଦ୍ଦମା ରୁଜୁ କରାଯାଇଛି । ଓକିଲ ସୁଧୀର କୁମାର ଓଝା ଏହି ମାମଲା ଦାଏର କରିଛନ୍ତି ।

ମୁଜାଫରପୁର ଚିଫ୍ ଜୁଡିସିଆଲ ମାଜିଷ୍ଟ୍ରେଟଙ୍କ କୋର୍ଟରେ ଫିଲ୍ମ ଜଗତର ଜଣାଶୁଣା ସଲମାନ ଖାନଙ୍କ ସମେତ 8 ଜଣଙ୍କ ବିରୋଧରେ ଅଭିଯୋଗ ଦାଖଲ କରାଯାଇଛି । ଏଥିରେ କରଣ ଜୋହର, ଆଦିତ୍ୟ ଚୋପ୍ରା, ସାଜିଦ, ସଲମାନ ଖାନ, ସଞ୍ଜୟ ଲୀଲା ବଂଶାଲୀ, ଭୂଷଣ କୁମାର, ଏକତା କପୁର ଏବଂ ନିର୍ମାତା-ନିର୍ଦ୍ଦେଶକ ଦୀନେଶ ବିଜାନଙ୍କ ଭଳି ସେଲିବ୍ରିଟିମାନେ ଅଛନ୍ତି । ଯେଉଁଥିରେ କି ସୁଶାନ୍ତ ମୃତ୍ୟୁ ମାମଲାରେ ଷଡଯନ୍ତ୍ର କରି ହତ୍ୟା କରିଥିବା ଅଭିଯୋଗ ହୋଇଛି ।

ସୁଧୀର କହିଛନ୍ତି ଯେ, ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ 3ରେ ସ୍ଥିର ହୋଇଛି । ପ୍ରକାଶ ଥାଉ କି, ସୁଶାନ୍ତଙ୍କ ଆତ୍ମହତ୍ୟା ମାମଲାରେ ସିବିଆଇ ତଦନ୍ତ କରୁଛି । ଏ ନେଇ ଅନେକ ରାଜନୈତିକ ଦଳ ଏବଂ ଅନେକ ସଂଗଠନ ତାତିଛନ୍ତି ।

ସାଂସଦ ଚିରାଗ ପାସୱାନ କିଛି ଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଏକ ଚିଠି ଲେଖିଥିଲେ । ମହାରାଷ୍ଟ୍ର ସରକାରଙ୍କ ସହ ଆଲୋଚନା କରି ଘଟଣାର ତଦନ୍ତ ଠିକ ଭାବରେ କରିବାକୁ ସେ ଦାବି କରିଛନ୍ତି ।

ABOUT THE AUTHOR

...view details