ମୁମ୍ବାଇ: ଚଳଚ୍ଚିତ୍ର ନିର୍ଦ୍ଦେଶକ ମହେଶ ଭଟ୍ଟ, ନିର୍ମାତା ମୁକେଶ ଭଟ୍ଟ ଏବଂ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ବିରୋଧରେ କୋର୍ଟରେ ଅଭିଯୋଗ ଦାଖଲ କରାଯାଇଛି । ତାଙ୍କର ଆଗାମୀ ଚଳଚ୍ଚିତ୍ର 'ସଡକ- ୨'ର ପୋଷ୍ଟରକୁ ନେଇ ଜଣେ ସମାଜସେବୀ ବ୍ୟକ୍ତି ଏବଂ ଜଣେ ଓକିଲ ମହାରାଜଗଞ୍ଜ ଜିଲ୍ଲାର ଜିଲ୍ଲା ନ୍ୟାୟିକ ମାଜିଷ୍ଟ୍ରେଟ କୋର୍ଟରେ ଅଭିଯୋଗ ଦାଖଲ କରିଛନ୍ତି ।
'ସଡକ- ୨' ପୋଷ୍ଟର ପାଇଁ ମହେଶ ଭଟ୍ଟଙ୍କ ବିରୋଧରେ ମାମଲା ରୁଜୁ - 'ସଡକ- ୨' ପୋଷ୍ଟର ପାଇଁ
ମହେଶ ଭଟ୍ଟ, ମୁକେଶ ଭଟ୍ଟ ଏବଂ ଆଲିଆ ଭଟ୍ଟଙ୍କ ବିରୋଧରେ କୋର୍ଟରେ ଅଭିଯୋଗ ଦାଖଲ କରାଯାଇଛି । ଆଗାମୀ ଫିଲ୍ମ ସଡକ 2ର ପୋଷ୍ଟରକୁ ନେଇ ହୋଇଛି ଏହି ମାମଲା ରୁଜୁ । ଅଧିକ ପଢନ୍ତୁ...

ବ୍ୟକ୍ତି ଜଣକ କହିଛନ୍ତି ଯେ, ପୋଷ୍ଟରରେ କୈଲାଶ ପର୍ବତର ଉପର ଭାଗକୁ ଦର୍ଶାଇବାକୁ ନେଇ ହିନ୍ଦୁ ଧର୍ମରେ ବିଶ୍ୱାସ କରୁଥିବା ଲୋକମାନଙ୍କ ଧାର୍ମିକ ଭାବନାକୁ ଆଘାତ ଦେଇଛି । ମାଜିଷ୍ଟ୍ରେଟ ସୌରଭ ପାଣ୍ଡେ ସେପ୍ଟେମ୍ବର 8 କୁ ମାମଲାର ପରବର୍ତ୍ତୀ ଶୁଣାଣି ତାରିଖ ଭାବରେ ସ୍ଥିର କରିଛନ୍ତି । ଯାହାକି ଆଇପିସିର ଧାରା 295A ଏବଂ ଧାରା 120B ଅନୁଯାୟୀ ପଞ୍ଜୀକୃତ ହୋଇଛି ।
ମହାରାଜଗଞ୍ଜ ଜିଲ୍ଲାର ବାସିନ୍ଦା ଓକିଲ ବିନୟ ପାଣ୍ଡେ 'ସଡକ- ୨' ଫିଲ୍ମର ପୋଷ୍ଟରରେ କୈଳାଶ ପର୍ବତର ଉପର ଭାଗକୁ ଦର୍ଶାଇବାକୁ ନେଇ ବିରୋଧ କରି କହିଛନ୍ତି ଯେ, ହିନ୍ଦୁ ଧର୍ମ ସହ ଜଡିତ ଶାସ୍ତ୍ର ଏବଂ ପୁରାଣରେ କୈଳାଶ ପର୍ବତର ମହତ୍ବ ଅଛି । ହିନ୍ଦୁ ଧର୍ମ ଅନୁଯାୟୀ ଭଗବାନ ଶିବ ଏବଂ ମାତା ପାର୍ବତୀ କୈଳାଶ ପର୍ବତରେ ରୁହନ୍ତି । ଏହା ହିନ୍ଦୁ ଧର୍ମରେ ବିଶ୍ୱାସ କରୁଥିବା ଲୋକମାନଙ୍କ ଧାର୍ମିକ ଭାବନାକୁ ଆଘାତ ଦେଇଛି ।