ଓଡିଶା

odisha

ETV Bharat / sitara

ସାରା ବିଶ୍ବରେ ଟ୍ରେଣ୍ଟ କରୁଛି 'ସୁପର-30' ଟ୍ରେଲର, ପ୍ରଶଂସାରେ କନାଡା ରିପୋର୍ଟର - hrithik roshan

ହ୍ରିତିକ ରୋଶନଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ 'ସୁପର-30' ରିଲିଜ ପୂର୍ବରୁ ହିଁ ପୁରା ଦୁନିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ଫିଲ୍ମର ଟ୍ରେଲର ସାମ୍ନାକୁ ଆସିବା ମାତ୍ରେ ୟୁଟ୍ୟୁବରେ ଟ୍ରେଣ୍ଡ କରିବାରେ ଲାଗିଛି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ହ୍ରିତିକ ରୋଶନ

By

Published : Jun 9, 2019, 7:38 AM IST

ମୁମ୍ବାଇ: ଦୀର୍ଘ ସମୟ ପରେ ହ୍ରିତିକ ନିଜର ଦମଦାର ଫିଲ୍ମ ନେଇ ପରଦାରେ ଖୁବ୍ ଶୀଘ୍ର ନଜର ଆସିବେ । ବିକାଶ ବହଲଙ୍କ ନିର୍ଦ୍ଦେଶିତ ଓ ହ୍ରିତିକଙ୍କ ଅଭିନୀତ ଆଗାମୀ ଫିଲ୍ମ 'ସୁପର-30' ଜୁଲାଇ 12ରେ ରିଲିଜ ହେବାକୁ ଯାଉଛି । ଫିଲ୍ମଟି ବିହାରର ଗଣିତଜ୍ଞ ଆନନ୍ଦ କୁମାରଙ୍କ ଉପରେ ଆଧାରିତ । କିନ୍ତୁ ଜଣାଇ ଦେଉଛୁ ଯେ ଫିଲ୍ମ ରିଲିଜ ପୂର୍ବରୁ ହିଁ ସମସ୍ତଙ୍କ ମନ କିଣିସାରିଲାଣି । ଖାଲି ଦେଶରେ ନୁହେଁ ବିଦେଶରେ ମଧ୍ୟ ହ୍ରିତିକଙ୍କ ଫିଭର ଦେଖିବାକୁ ମିଳୁଛି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@ଷ୍ଟିଫେନୀ ନୋଲାନ

ଆଜ୍ଞା ହଁ, ବର୍ତ୍ତମାନ ଫିଲ୍ମଟି କନାଡା ମିଡିଆରେ ଧୁମ ମଚାଇଛି । ଚାରି ଦିନ ପୂର୍ବରୁ ଫିଲ୍ମର ଟ୍ରେଲର ରିଲିଜ ହୋଇଥିଲା । ସୋସିଆଲ ମିଡିଆରେ ଟ୍ରେଲର ସାମ୍ନାକୁ ଆସିବା ମାତ୍ରେ ୟୁଟ୍ୟୁବରେ ନମ୍ବର 1ରେ ଟ୍ରେଣ୍ଡ କରିବାରେ ଲାଗିଛି । ରିଲିଜର ମାତ୍ର 72 ଘଣ୍ଟାରେ 3.36 କୋଟିରୁ ଅଧିକ ଦର୍ଶକ ଏହାକୁ ୟୁଟ୍ୟୁବରେ ଦେଖିସାରିଥିଲେ । କିନ୍ତୁ କଣ ଆପଣଙ୍କୁ ଜଣାଅଛି ଯେ ଫିଲ୍ମଟି ତିଆରି କରିବାର ପ୍ରେରଣା କେଉଁଠାରୁ ମିଳିଥିଲା । ଏହି କଥାର ଖୁଲାସା କରିଛନ୍ତି କନାଡା ରିପୋର୍ଟର ଷ୍ଟିଫେନୀ ନୋଲାନ । ସେ ଟ୍ବିଟ କରି ଏହାର ସୂଚନା ଦେଇଛନ୍ତି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@ଷ୍ଟିଫେନୀ ନୋଲାନ

କନାଡାର ଖବରକାଗଜ 'ଦ ଗ୍ଲୋବ ଆଣ୍ଡ ମେଲ'ର ଲାଟିନ ଆମେରିକା ରିପୋର୍ଟର ଷ୍ଟିଫେନୀ ନୋଲାନ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଜଣାଇଛନ୍ତି ଯେ 'ସୁପର-30' ପ୍ରେରଣା କେଉଁ ଠାରୁ ମିଳିଥିଲା ।

ସେ ଟ୍ବିଟ କରି ଲେଖିଛନ୍ତି, "ମୁଁ 2011ରେ ବିହାରର ଗୋଟିଏ ସ୍କୁଲ ଉପରେ ଷ୍ଟୋରୀ ତିଆରି କରିଥିଲି । ଖବର ଦେଖି ବ୍ୟାଙ୍କୁବରରେ ରହୁଥିବା ଜଣେ ଡାକ୍ତର ସ୍କୁଲର ମୁଖ୍ୟ ଶିକ୍ଷକଙ୍କ ସହ ସମ୍ପର୍କ କରି ଗୋଟିଏ ବହି ଲେଖିବାକୁ ଇଚ୍ଛା ଜାହିର କରିଥିଲେ । ସେହି ବହି 'ସୁପର-30'ର ପ୍ରେରଣା ସାଜିଥିଲା । ଏହାସହ ସେ ଟ୍ବିଟରରେ ନିଜ ଷ୍ଟୋରୀର ଲିଙ୍କ ମଧ୍ୟ ସେୟାର କରିଛନ୍ତି । ଅନ୍ୟପଟେ ସେ ହ୍ରିତିକ ଫିଲ୍ମ ସୁପର-30ର ମଧ୍ୟ ଖୁବ୍ ପ୍ରଶଂସା କରିଛନ୍ତି ।

ABOUT THE AUTHOR

...view details