ଓଡିଶା

odisha

ସେଲିବ୍ରିଟିଙ୍କୁ ଚୀନ ଉତ୍ପାଦର ବିଜ୍ଞାପନ ବନ୍ଦ କରିବାକୁ CAITର ଅନୁରୋଧ

By

Published : Jun 19, 2020, 7:39 AM IST

ଏକ ଖୋଲା ଚିଠିରେ ସିନେମା ଜଗତରୁ ନେଇ କ୍ରୀଡା ଜଗତର ସେଲିବ୍ରିଟିଙ୍କୁ ଅପିଲ କଲା ସିଏଆଇଟି । ସଙ୍ଗେ ସଙ୍ଗେ ଚୀନ ଉତ୍ପାଦର ବିଜ୍ଞାପନ ବନ୍ଦ କରିବାକୁ କହିଲା ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

ମୁମ୍ବାଇ: କନଫେଡେରେସନ ଅଫ ଅଲ ଇଣ୍ଡିଆ ଟ୍ରେଡର୍ସ(CAIT) ଗୁରୁବାର ଦିନ ସିନେମା ଏବଂ କ୍ରୀଡା ସେଲିବ୍ରିଟିଙ୍କୁ ଅପିଲ କରିଛି । ଏକ ଖୋଲା ଚିଠିରେ ସୁପରଷ୍ଟାର ଆମୀର ଖାନ, ଦୀପିକା ପାଦୁକୋନ, କ୍ୟାଟ୍ରିନା କୈଫ, ସଲମାନ ଖାନ, ବିରାଟ କୋହଲି ସହ ଅନ୍ୟ କଳାକାରଙ୍କୁ ଅପିଲ କରାଯାଇଛି ଯେ ସେମାନେ ଚୀନ ଉତ୍ପାଦର ବିଜ୍ଞାପନ କରିବା ବନ୍ଦ କରନ୍ତୁ ।

ସେହିପରି ସିଏଆଇଟି ଅମିତାଭ ବଚ୍ଚନ, ଅକ୍ଷୟ କୁମାର, ଶିଳ୍ପା ସେଟ୍ଟୀ, ମାଧୁରୀ ଦୀକ୍ଷିତ, ମହେନ୍ଦ୍ର ସିଂ ଧୋନୀ, ସଚିନ ତେନ୍ଦୁଲକରଙ୍କ ସହ ଅନ୍ୟ ସେଲିବ୍ରିଟିଙ୍କୁ ଚୀନ ଉତ୍ସାଦକୁ ବହିଷ୍କାର ପାଇଁ ନିଜ ରାଷ୍ଟ୍ରୀୟ ଆନ୍ଦୋଳନ ‘ଭାରତୀୟ ସମ୍ମାନ-ହମାରା ଅଭିମାନ’ରେ ସାମିଲ ହେବାକୁ ନିମନ୍ତ୍ରଣ କରିଛି।

ସିଏଆଇଟିର ଜାତୀୟ ସଭାପତି ବିସି ଭରତିୟା ଏବଂ ଜାତୀୟ ସାଧାରଣ ସମ୍ପାଦକ ପ୍ରବୀଣ ଖଣ୍ଡେଲୱାଲ ଜାରି କରିଥିବା ଖୋଲା ଚିଠିରେ ଅପିଲ କରି ଲେଖିଛନ୍ତି, ‘ଚୀନ ସେନା ଲଦାଖ ସୀମାରେ ଭାରତୀୟ ସେନା ଉପରେ ଅତି ନିର୍ମମ ଭାବରେ ଆକ୍ରମଣ କରିଛି । ଯେଉଁଥି ପାଇଁ ପ୍ରତ୍ୟେକ ଭାରତୀୟ ଅତ୍ୟନ୍ତ କ୍ରୋଧିତ । ଆଉ ଚୀନକୁ ଉଚିତ୍ ଶିକ୍ଷା ଦେବାକୁ ଏକଜୁଟ ହୋଇଛି । ଏବେ ଚୀନ ଉତ୍ପାଦର କରୁଥିବା ବିଜ୍ଞାପନ ବନ୍ଦ କରିଦିଅନ୍ତୁ । କୋଟି କୋଟି ଦେଶବାସୀଙ୍କ ଭାବନା ସହ ସମ୍ପୃକ୍ତ ହୁଏ ଏବଂ ଭାରତର ବୃହତ ସ୍ବାର୍ଥରେ ଚୀନର ସାମଗ୍ରୀ ବହିଷ୍କାର ଅଭିଯାନରେ ଯୋଗ ଦେଇ ଅନ୍ୟମାନଙ୍କୁ ପ୍ରେରଣା ଯୋଗାନ୍ତୁ ।’

ABOUT THE AUTHOR

...view details