ଓଡିଶା

odisha

ETV Bharat / sitara

ଇରଫାନଙ୍କୁ ମିସ କରୁଛନ୍ତି ହଲିଉଡ ଅଭିନେତ୍ରୀ - ଇରଫାନଙ୍କୁ ମିସ କରୁଛନ୍ତି ବ୍ରାଇସ ଡଲାସ

ଭେଟେରାନ ଅଭିନେତା ଇରଫାନ ଖାନଙ୍କ ସ୍ମୃତିରେ ଏକ ଇମୋସନାଲ ନୋଟ୍ ଲେଖିଲେ ହଲିଉଡ ଅଭିନେତ୍ରୀ ବ୍ରାଇସ୍ ଡଲାସ୍ । ଅଧିକ ପଢନ୍ତୁ...

bryce-dallas-howard-tribute-to-jurassic-world-co-star-irrfan-khan
ଇରଫାନଙ୍କୁ ମିସ କରୁଛନ୍ତି ହଲିଉଡ ଅଭିନେତ୍ରୀ ବ୍ରାଇସ ଡଲାସ

By

Published : Jan 3, 2021, 4:59 PM IST

ନୂଆଦିଲ୍ଲୀ: ବଲିଉଡର ଭେଟେରାନ ଅଭିନେତା ଇରଫାନ ଖାନଙ୍କ ଦେହାନ୍ତ ହେବାର ଆଠ ମାସରୁ ଅଧିକ ସମୟ ବିତିଗଲାଣି, କିନ୍ତୁ ତାଙ୍କର ପରିବାର ବର୍ଗ ସହିତ ସାରା ବିଶ୍ବରେ ତାଙ୍କର ବନ୍ଧୁ ଏବଂ ସହକର୍ମୀମାନେ ଏପର୍ଯ୍ୟନ୍ତ ମଧ୍ୟ ତାଙ୍କୁ ମନେପକାଉଛନ୍ତି ।

ନିକଟରେ, ଚଳଚ୍ଚିତ୍ର ଜୁରାସିକ୍ ୱାର୍ଲ୍ଡରେ ଇରଫାନଙ୍କ କୋ-ଷ୍ଟାର ରହିଥିବା ହଲିଉଡ ଅଭିନେତ୍ରୀ ବ୍ରାଇସ୍ ଡଲାସ୍ ହାୱାର୍ଡ ତାଙ୍କ ସ୍ମୃତିରେ ଏକ ନୋଟ୍ ଲେଖି ସେୟାର କରିଛନ୍ତି । ସେ 2020 ରେ ସବୁଠାରୁ ଲୋକପ୍ରିୟ 9 ସୋସିଆଲ୍ ମିଡିଆ ପୋଷ୍ଟ ସେୟାର କରିଛନ୍ତି ।

ବ୍ରାଇସ୍ ତାଙ୍କର 9 ଟି ଲୋକପ୍ରିୟ ପୋଷ୍ଟର ଏକ କୋଲାଜ୍ ସେୟାର କରିଛନ୍ତି । ଯେଉଁଥିରେ ସେ ଇରଫାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ଏବଂ ଲେଖିଥିଲେ ଯେ ସେ ଇରଫାନଙ୍କୁ ମିସ କରୁଛନ୍ତି ।

ବ୍ରାଇସ୍ ଏହି ପୋଷ୍ଟକୁ ସେୟାର କରି ଲେଖିଛନ୍ତି, ଏକ ସୁଖମୟ ଜୀବନର ମନ୍ତ୍ର ହେଉଛି ସ୍ବିକାର କରିବା ଯେ ତୁମେ ପ୍ରକୃତରେ ନିଜକୁ ନିୟନ୍ତ୍ରଣ କରୁନାହଁ ।

ବ୍ରାଇସ୍ ଆହୁରି ଲେଖିଛନ୍ତି ଯେ, "ଇରଫାନ୍ ସାଇମୋନ୍ ମସରାନିଙ୍କ ଭୂମିକାରେ ଜୁରାସିକ୍ ୱାର୍ଲ୍ଡରେ ଏହା କହିଥିଲେ । 2020 ବର୍ଷ ମଧ୍ୟ ଆମକୁ ଏହି ସମାନ ଶିକ୍ଷା ଦେଇଛି । ମୁଁ ତୁମକୁ ବହୁତ ମିସ୍ କରୁଛି ଇରଫାନ୍" ।

2015 ରେ ମୁକ୍ତିଲାଭ କରିଥିବା ଫିଲ୍ମ 'ଜୁରାସିକ୍ ୱାର୍ଲ୍ଡ'ରେ ଇରଫାନ୍ ମସରାନି କରପୋରେସନର ସିଇଓ ତଥା ଜୁରାସିକ୍ ୱାର୍ଲ୍ଡର ମାଲିକ ସାଇମନ୍ ମସରାନି ର ଭୂମିକାରେ ଅଭିନୟ କରିଥିଲେ । ବ୍ରାଇସ୍ ଫିମେଲ ଲିଡ୍ କ୍ଲେୟର୍ ଭୂମିକାରେ ଅଭିନୟ କରିଥିଲେ ।

ABOUT THE AUTHOR

...view details