ମୁମ୍ବାଇ: ନିକଟରେ ମୁମ୍ବାଇକୁ ପାକିସ୍ତାନ ଅଧିକୃତ କାଶ୍ମୀର ସହିତ ତୁଳନା କରୁଥିବା ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ କାର୍ଯ୍ୟାଳୟକୁ ଭାଙ୍ଗି ଦିଆଯାଇଥିଲା। ଯାହାପରେ ସେ ମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନ ବିରୋଧରେ ହାଇକୋର୍ଟରେ ଆବେଦନ କରିଥିଲେ। ଏହି ମାମଲାରେ ନିଜର ମାମଲା ଉପସ୍ଥାପନ କରିବାକୁ ବିଏମସି ଏପର୍ଯ୍ୟନ୍ତ 82 ଲକ୍ଷ ଟଙ୍କାରୁ ଅଧିକ ଖର୍ଚ୍ଚ କରିଛି। ଯାହାକୁ ନେଇ ଚର୍ଚ୍ଚା ।
ଆରଟିଆଇ କାର୍ଯ୍ୟକର୍ତ୍ତା ଶରଦ ଯାଦବ ମୁମ୍ବାଇ ବିଏମସି ଦ୍ବାରା କେଉଁ ଓକିଲ ନିଯୁକ୍ତ ହୋଇଥିଲେ ଏବଂ ତାଙ୍କୁ କେତେ ଟଙ୍କା ଦିଆଯାଇଥିଲା ସେ ସମ୍ପର୍କରେ ସୂଚନା ମାଗିଥିଲେ। ଏହି ମାମଲାକୁ ହାଇକୋର୍ଟକୁ ନେବା ପାଇଁ ଆକାକ୍ଷା ଚିନାୟଙ୍କୁ ପରାମର୍ଶଦାତା ଭାବେ ନିଯୁକ୍ତି ଦିଆଯାଇଛି। ନିଗମର ଆଇନ ବିଭାଗ ଅନୁଯାୟୀ ସେପ୍ଟେମ୍ବର 22ରେ ତିନିଥର ତାଙ୍କୁ 7 ଲକ୍ଷ 50 ହଜାର ଏବଂ ଅକ୍ଟୋବର 7,ରେ 7 ଲକ୍ଷ 50 ହଜାର 8 ଥର ମୋଟ ଫିସ୍ ଦିଆଯାଇଛି। ଏଯାବତ 82 ଲକ୍ଷ 50 ହଜାର ଟଙ୍କା ପ୍ରଦାନ କରାଯାଇଛି ।