ଓଡିଶା

odisha

ETV Bharat / sitara

ଏଥର ଇଦ୍‌ରେ ରିଲିଜ ହେବନି ଭାଇଜାନଙ୍କ ମୁଭି, ନିଜେ କଲେ ଖୁଲାସା

ସଲମାନ ଖାନଙ୍କ ପ୍ରଶଂସକଙ୍କ ପାଇଁ ଖରାପ ଖବର । ଯଦି ଆପଣ ସଲମାନ ଖାନଙ୍କୁ ଇଦ୍‌ରେ ଦେଖିବାକୁ ଅପେକ୍ଷା କରିଛନ୍ତି, ତେବେ ଆଉ କରନ୍ତୁ ନାହିଁ। କାରଣ ଦବଙ୍ଗ ଖାନ ଏଥର ଇଦ୍‌ରେ ଆସୁନାହାଁନ୍ତି। ଅଧିକ ପଢନ୍ତୁ

By

Published : Mar 29, 2022, 10:24 PM IST

ଏଥର ଇଦ୍‌ରେ ଆସିବେନି ସଲମାନ ଖାନ
ଏଥର ଇଦ୍‌ରେ ଆସିବେନି ସଲମାନ ଖାନ

ମୁମ୍ବାଇ: ଫ୍ୟାନ୍ସଙ୍କୁ ଏକ ବଡ ଝଟକା ଦେଲେ ବଲିଉଡର ସୁପରଷ୍ଟାର ସଲମାନ ଖାନ । ଫିଲ୍ମ ବିଷୟରେ ଏକ ନୂଆ ଘୋଷଣା କରି ଦର୍ଶକଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି ଦବଙ୍ଗ ହିରୋ। ଅଭିନେତା କହିଛନ୍ତି ଯେ, ସେ ତାଙ୍କର ପରବର୍ତ୍ତୀ ଚଳଚ୍ଚିତ୍ର ଚଳିତ ବର୍ଷ ଦୀପାବଳି କିମ୍ବା ଖ୍ରୀଷ୍ଟମାସରେ ମୁକ୍ତିଲାଭ କରିବ। ଆନ୍ତର୍ଜାତୀୟ ଭାରତୀୟ ଚଳଚ୍ଚିତ୍ର ଏକାଡେମୀ ପୁରସ୍କାର (IIFA) ର ପ୍ରମୋସନାଲ ଇଭେଣ୍ଟରେ ସଲମାନ ଖାନ କହିଛନ୍ତି, 'ଏଥର ମୁଁ ଇଦ୍‌ରେ ବ୍ରେକ୍‌ ନେଉଛି । ଏହା ବଦଳରେ ଅଜୟ ଦେବଗନ ତାଙ୍କ ଫ୍ୟାନ୍ସଙ୍କ ପାଇଁ ଫିଲ୍ମ 'ରନୱେ 34' ଆଣିବେ । ମୁଁ ଚାହେଁ ଆପଣ ସମସ୍ତେ ଇଦ୍‌ରେ ତାଙ୍କ ଚଳଚ୍ଚିତ୍ର ପ୍ରତି ସେତିକି ଭଲପାଇବା ଦେଖାଅ, ଯେତିକି ଆପଣମାନେ ମୋତେ ଭଲ ପାଆନ୍ତି।

ଏନେଇ ପୂର୍ବରୁ ମଧ୍ୟ ସଲମାନ ଖାନ ଟ୍ୱିଟ କରି ଲେଖିଥିଲେ ଯେ - ଯଦି ମୋର କୌଣସି ଚଳଚ୍ଚିତ୍ର ଏପର୍ଯ୍ୟନ୍ତ ପ୍ରସ୍ତୁତ ହୋଇନାହିଁ, ତେବେ ମୁଁ ମୋର ଭାଇ ଅଜୟ ଦେବଗନଙ୍କୁ ନିବେଦନ କରିଛି, ସେ ଇଦ୍‌ରେ ଆସି ପାରିବେ କି ? ଇଦ୍‌ ଦେବା ପାଇଁ । ଆସନ୍ତୁ ସମସ୍ତେ ଏହି ଇଦ୍ ପାଳନ କରିବା ଏବଂ ରନୱେ 34 ଦେଖିବା । ଅଜୟ ଦେବଗାନ୍, ରକୁଲ ପ୍ରୀତ ଏବଂ ଅମିତାଭ ବଚ୍ଚନଙ୍କ ଚଳଚ୍ଚିତ୍ର ରନୱେ 34 ଦେଖିବା ପାଇଁ ଏହି ଇଦରେ ପ୍ରସ୍ତୁତ ହୋଇଯାଆନ୍ତୁ ।

ସୂଚନାଯୋଗ୍ୟ ଯେ, ସଲମାନ ଖାନ ରିତିଶ ଦେଶମୁଖ ଏବଂ ହାସ୍ୟ ଅଭିନେତା-ଟିଭି ଉପସ୍ଥାପକ ମନିଷ ପାଲଙ୍କ ସହିତ ମେ 20 ରୁ 21 ପର୍ଯ୍ୟନ୍ତ ଆବୁଧାବିର ୟସ ଦ୍ୱୀପରେ ଆୟୋଜିତ ହେବାକୁ ଥିବା IIFA ଆୟୋଜନ କରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details