ହାଇଦ୍ରାବାଦ: ଆଗକୁ ଆସୁଥିବା ପୌରାଣିକ ଚଳଚ୍ଚିତ୍ର 'ସୀତା'ରେ ବଲିଉଡ ଡିଭା କରୀନା କପୁର ଖାନ ସୀତା ଚରିତ୍ରରେ ଅଭିନୟ କରିବାକୁ ଯାଉଥିବା ସୂଚନା ମିଳିଛି । ଏହି ଖବର ପାଇବା ପରେ ଟ୍ବିଟର ଟ୍ରେଣ୍ଡ କରିବାରେ ଲାଗିଛି ବଏକଟ କରୀନା ଖାନ । ଦର୍ଶକ ସୀତା ଚରିତ୍ରରେ କଣ୍ଟ୍ରୋଭର୍ସି କ୍ବିନ କଙ୍ଗନା ରଣାୱତ ଦେଖିବାକୁ ଚାହୁଁଥିବା ସ୍ପଷ୍ଟ କରିଛନ୍ତି ।
ରାମାୟଣ ଚଳଚ୍ଚିତ୍ରରେ ମାତା ସୀତାଙ୍କ ଚରିତ୍ରରେ କରୀନା 12 କୋଟି ଟଙ୍କା ପାରିଶ୍ରମିକ ମାଗିଛନ୍ତି । ସୀତା ଚରିତ୍ରରେ କରୀନାଙ୍କ ଅଭିନୟ ଓ ତାଙ୍କ ପାରିଶ୍ରମିକ ସମ୍ପର୍କରେ ଜାଣିବା ପରେ ହ୍ୟାସଟାଗ ବଏକଟ କରୀନା ଖାନ ଟ୍ବିଟରରେ ଟ୍ରେଣ୍ଡ କରିବାରେ ଲାଗିଛି । ସେପଟେ ଅନ୍ୟ କିଛି ଫ୍ୟାନ୍ସ କଣ୍ଟ୍ରୋଭର୍ସିରେ ସବୁବେଳେ ଆଗୁଆ ଥିବା ଅଭିନେତ୍ରୀ କଙ୍ଗନାଙ୍କୁ ଦେଖିବାକୁ ଚାହୁଁଥିବା କହିଛନ୍ତି । ଏହି ପୌରାଣିକ ଚଳଚ୍ଚିତ୍ରରେ କରୀନା ଶ୍ରୁପଣେଖା ଚରିତ୍ର ପାଇଁ ଯୋଗ୍ୟ ବୋଲି ମଧ୍ୟ ତାଙ୍କୁ ଟ୍ରୋଲ କରି କହିଛନ୍ତି ।