ଓଡିଶା

odisha

ETV Bharat / sitara

100 କୋଟି ମୁହାଁ ‘ତାନାଜୀ’

ଅଜୟ ଦେବଗନଙ୍କ 100ତମ ଫିଲ୍ମ ‘ତାନାଜୀ’ ବର୍ତ୍ତମାନ ବକ୍ସ ଅଫିସରେ ଜବରଦସ୍ତ କଲେକ୍ସନ କରିବାରେ ଲାଗିଛି। ରିଲିଜର 5 ଦିନରେ 91.68 କୋଟି ଆୟ କରିସାରିଲାଣି ଫିଲ୍ମ।

tanhaji the unsung warrior
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅଜୟ ଦେବଗନ

By

Published : Jan 15, 2020, 2:33 PM IST

ମୁମ୍ବାଇ: ସିଂଘମ ଅଜୟ ଦେବଗନ, କାଜୋଲ ଓ ସୈଫ ଅଲ୍ଲୀ ଖାନଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ‘ତାଜାନୀ: ଦ ଅନସଙ୍ଗ ୱାରିୟର’ ଗତ ଶୁକ୍ରବାର ରିଲିଜ ହୋଇଥିଲା। ଫିଲ୍ମଟି ବକ୍ସ ଅଫିସରେ ଶାନଦାର ପ୍ରଦର୍ଶନ କରିବାରେ ଲାଗିଛି। କେବଳ ମହାରାଷ୍ଟ୍ରରେ ନୁହେଁ ଉତ୍ତର ଭାରତରେ ମଧ୍ୟ ଫିଲ୍ମକୁ ଖୁବ୍ ପସନ୍ଦ କରୁଛନ୍ତି ଦର୍ଶକେ। ବକ୍ସ ଅଫିସରେ ରିଲିଜର 5 ଦିନରେ ମଧ୍ୟ ‘ତାନାଜୀ’ ଦମଦାର କଲେକ୍ସନ କରିଛି। ଆଉ ଖୁବଶୀଘ୍ର 100 କୋଟି କ୍ଲବରେ ସାମିଲ ହେବାକୁ ଯାଉଛି ଫିଲ୍ମ। ପଞ୍ଚମ ଦିନରେ ଫିଲ୍ମ ପାଖାପାଖି 16 କୋଟି ଟଙ୍କା ଆୟ କରିବାରେ ସଫଳ ହୋଇଛି।

‘ତାନାଜୀ’ ବର୍ତ୍ତମାନ ସୁଦ୍ଧା 90 କୋଟିରୁ ଅଧିକ ଆୟ କରିସାରିଲାଣି । ବକ୍ସ ଅଫିସ ଇଣ୍ଡିଆ ରିପୋର୍ଟ ଅନୁଯାୟୀ ମଙ୍ଗଳବାର ଫିଲ୍ମ 16 କୋଟି ଟଙ୍କା ଆୟ କରିଥିଲା । ଫିଲ୍ମ 5 ଦିନରେ 91.68 କୋଟି ଟଙ୍କା ଆୟ କରିଛି।

ମରାଠା ଓ ମୋଗଲ ମଧ୍ୟରେ ହୋଇଥିବା ଯୁଦ୍ଧକୁ ନେଇ ଆଧାରିତ ‘ତାନାଜୀ’କୁ ସୋମବାର ଉତ୍ତର ପ୍ରଦେଶରେ ଟ୍ୟାକ୍ସ ଫ୍ରି ଘୋଷଣା କରିଥିଲେ ସରକାର । ଯାହାପାଇଁ ଅଜୟ ଟ୍ବିଟରରେ ୟୁପି ସିଏମ ଯୋଗୀ ଆଦିତ୍ୟନାଥଙ୍କୁ ଧନ୍ୟବାଦ ଜଣାଇଥିଲେ । ‘ତାନାଜୀ’ ଭାରତରେ 3880 ସ୍କ୍ରିନ୍ସରେ ରିଲିଜ ହୋଇଥିବା ବେଳେ ବିଶ୍ବସ୍ତରରେ ଫିଲ୍ମ 4540 ସ୍କ୍ରିନ୍ସରେ ରିଲିଜ କରାଯାଇଥିଲା । ଫିଲ୍ମ ଓମ ରାଉତଙ୍କ ଦ୍ବାରା ନିର୍ଦ୍ଦେଶକ । ଯାହାର ପ୍ରଯୋଜନା କରିଛନ୍ତି ଅଜୟ।

ABOUT THE AUTHOR

...view details