ମୁମ୍ବାଇ: ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରାଙ୍କ (Raj kundra) ପାଇଁ ବଢିଲା ଅଡୁଆ । ପର୍ଣ୍ଣ ରାକେଟ ମାମଲାରେ ଅନ୍ତରୀଣ ଜାମିନ (Anticipatory bail application) ପାଇଁ କରିଥିବା ଆବେଦନକୁ ବମ୍ବେ ହାଇକୋର୍ଟ ଖାରଜ କରି ଦେଇଛନ୍ତି।
ସୂଚନାଅନୁସାରେ, ରାଜ କୁନ୍ଦ୍ରା, ଅଭିନେତ୍ରୀ ପୁନମ ପାଣ୍ଡେ ଓ ସାଲିନୀ ଚୋପ୍ରାଙ୍କ ସମେତ ୬ଜଣ ଅନ୍ତରୀଣ ଜାମିନ ଆବେଦନ କରିଥିଲେ । ଯାହାକୁ ବମ୍ବେ କୋର୍ଟ ଖାରଜ କରିଛନ୍ତି । ଏହାପୂର୍ବରୁ କୁନ୍ଦ୍ରା ମୋବାଇଲ୍ ଆପ୍ ମାଧ୍ୟମରେ ଅଶ୍ଳୀଳ ଫିଲ୍ମ ନିର୍ମାଣ ଓ ବିତରଣ କରିବା ମାମଲାରେ ମୁମ୍ବାଇ ପୋଲିସ୍ର କ୍ରାଇମବ୍ରାଞ୍ଚ ଦ୍ବାରା ଗିରଫ ହୋଇଥିଲେ । ଜୁଲାଇ ମାସରେ ସେ ଗିରଫ ହେବା ପରେ ସେପ୍ଟେମ୍ବର ମାସରେ ଜାମିନରେ ଆସିଥିଲେ ।
ଏହା ମଧ୍ୟ ପଢନ୍ତୁ:Pornography Case: 65 ଦିନ ପରେ ଜେଲରୁ ମୁକୁଳିଲେ ରାଜ କୁନ୍ଦ୍ରା