ମୁମ୍ବାଇ: ଫେମସ ନିର୍ମାତା ଅନୁରାଗ କଶ୍ୟପଙ୍କ ଉପରେ ଯୌନ ଶୋଷଣ ଅଭିଯୋଗ ଆଣିଥିବା ଅଭିନେତ୍ରୀ ପାୟଲ ଘୋଷ ବର୍ତ୍ତମାନ ମାନହାନି କେସରେ ଫସି ଯାଇଛନ୍ତି । ତାଙ୍କ ଉପରେ ଏହି କେସ ଲଗାଇଛନ୍ତି ଲୋକପ୍ରିୟ ଅଭିନେତ୍ରୀ ରିଚା ଚଡ୍ଡା । ସେ ପାୟଲଙ୍କ ସମେତ ଅନ୍ୟ କେତେକ କଳାକାରଙ୍କ ଉପରେ 1.1 କୋଟି ମାନହାନି ମାମଲା ଦାୟର କରିଛନ୍ତି। ବର୍ତ୍ତମାନ ଏହି ନିଷ୍ପତ୍ତିକୁ ସୁରକ୍ଷିତ ରଖି ବମ୍ବେ ହାଇକୋର୍ଟ ଅକ୍ଟୋବର 7 ତାରିଖରେ ଶୁଣାଣି କରିବେ । କୋର୍ଟଙ୍କ କହିବାନୁସାରେ, ଯେଉଁମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ସେମାନଙ୍କୁ ନୋଟିସ ଦିଆଯାଇ ନ ଥିଲା, ତେଣୁ ସେମାନଙ୍କୁ କୋର୍ଟରେ ହାଜର ହେବାକୁ ଆଉ ଗୋଟିଏ ଦିନ ଦିଆଯାଇଛି।
ପ୍ରକାଶ ଥାଉକି ଯେତେବେଳେ ଅନୁରାଗଙ୍କ ଉପରେ ପାୟଲ ଯୌନ ଶୋଷଣ ଅଭିଯୋଗ କରିଥିଲେ, ସେତେବେଳେ ସେ କହିଥିଲେ ଯେ ଅନେକ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ଅନୁରାଗଙ୍କ ସହ କାମ କରିବାକୁ ସବୁ କିଛି କରିବାକୁ ପ୍ରସ୍ତୁତ ଅଛନ୍ତି। ପାୟଲ ସେହି ଅଭିନେତ୍ରୀଙ୍କ ମଧ୍ୟରେ ରିଚା, ମାହି ଗିଲ ଏବଂ ହୁମା କ୍ୟୁରେସିଙ୍କ ନାଁ ନେଇଥିଲେ।