ଓଡିଶା

odisha

ETV Bharat / sitara

ହଟିଲା ଶାହରୁଖଙ୍କ ସମସ୍ୟା, ରିଲିଜ ହେବ ‘ବେତାଲ’ - ସୁପରଷ୍ଟାର ଶାହରୁଖ ଖାନଙ୍କୁ ମିଳିଲା ଆଶ୍ବସ୍ତି

ବମ୍ବେ ହାଇକୋର୍ଟର ବଡ ନିଷ୍ପତ୍ତି। ଶନିବାର ରିଲିଜ ହେବ ଶାହରୁଖ ଖାନଙ୍କ ପ୍ରଯୋଜିତ ‘ବେତାଲ’। ଫିଲ୍ମ ଉପରେ ଲାଗିଥିଲା ସ୍କ୍ରିପ୍ଟ ଚୋରି ଅଭିଯୋଗ ।

ଡିଜାଇନ ଫଟୋ
ଡିଜାଇନ ଫଟୋ

By

Published : May 24, 2020, 5:09 PM IST

ମୁମ୍ବାଇ: ସୁପରଷ୍ଟାର ଶାହରୁଖ ଖାନଙ୍କୁ ମିଳିଲା ଆଶ୍ବସ୍ତି । କାରଣ କିଛି ଦିନ ହେବ ତାଙ୍କ ଚର୍ଚ୍ଚିତ ୱେବ ସିରିଜ ‘ବେତାଲ’ ରିଲିଜ ଉପରେ ରୋକ ଲଗାଯିବାର ଯାଚିକା ଦାୟର ହୋଇଥିଲା । ହେଲେ ଏବେ ବମ୍ବେ ହାଇକୋର୍ଟ ଶାହାରୁଖଙ୍କ ୱେବ ସିରିଜ ‘ବେତାଲ’ର ରିଲିଜ ଉପରେ ରୋକ ଲଗାଇବାକୁ ମନା କରିଦେଇଛନ୍ତି।

ଶୁକ୍ରବାର ଏହି ମାମଲାର ଶୁଣାଣି ବେଳେ ହାଇକୋର୍ଟ ମେ 24 ରେ ନେଟଫ୍ଲିକ୍ସର ୱେବ ସିରିଜ ‘ବେତାଲ’ର ପ୍ରିମିୟର ବନ୍ଦ କରିବା ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଆବେଦନରେ କୁହାଯାଇଥିଲା ଯେ ଏହାର ସ୍କ୍ରିପ୍ଟ ‘ବେତାଲ’ରୁ ଚୋରି କରାଯାଇଛି।

ହାଇକୋର୍ଟଙ୍କ ଅସ୍ବୀକାର ପରେ ବର୍ତ୍ତମାନ ବିନିତ କୁମାର ଏବଂ ଆହନା କୁମ୍ରାଙ୍କ ଅଭିନୀତ ୱେବ ସିରିଜ ମେ 24ରେ ଅର୍ଥାତ ଶନିବାର ରିଲିଜ ହେବ।

ପ୍ରକାଶ ଥାଉକି ସ୍କ୍ରିନ ରାଇଟର ସମୀର ୱାଡେକର ଓ ମହେଶ ଗୋସ୍ବାମୀ ‘ବେତାଲ’ ନିର୍ମାତାଙ୍କ ଉପରେ ଅଭିଯୋଗ ଲଗାଇଥିଲେ। ରିପୋର୍ଟ ଅନୁଯାୟୀ ସମୀର ଏବଂ ମହେଶଙ୍କ ଓକିଲ ବିଜୟ କଦମ ଦାବି କରିଛନ୍ତି ଯେ 'ବେତାଲ'କୁ ଏକ ମରାଠୀ ଫିଲ୍ମ କରିବାର ଯୋଜନା ଥିଲା। ଆଉ ଲେଖକ ଏହାକୁ 2015ରେ ଦିଲ୍ଲୀର କପିରାଇଟ୍ ଅଫିସରେ କପିରାଇଟ୍ ମଧ୍ୟ କରିଥିଲେ। ଏହାସହ 2018 ରେ ସ୍କ୍ରିପ୍ଟ ଲେଖକ ସଂଘରେ ମଧ୍ୟ ସ୍କ୍ରିପ୍ଟ ପଞ୍ଜିକୃତ ହୋଇଥିଲା।

ABOUT THE AUTHOR

...view details