ମୁମ୍ବାଇ: ଲକଡାଉନ ସମୟରେ, ଅଭିନେତା ବମନ ଇରାନୀ ଏକ ଅନଲାଇନ ସ୍କ୍ରିନ ରାଇଟିଂ ସେକ୍ସନ ଆରମ୍ଭ କରିଥିଲେ, ଯାହା ସେ ପ୍ରତିଦିନ ପରିଚାଳନା କରନ୍ତି ।
ବମନ କହିଛନ୍ତି, ସ୍ପାଇରାଲ୍ ବାଉଣ୍ତ (ଓ୍ବାର୍କସପ) ମୋ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇପାରିଛି । ମୁଁ ଏହି ଅନଲାଇନ ସେକ୍ସନ ଗୁଡିକ 2 କିମ୍ବା 3 ଜଣ ସ୍କ୍ରିନ୍ ରାଇଟର୍ସଙ୍କ ସହ ଆରମ୍ଭ କରିଥିଲି । ଯେଉଁମାନେ ମୋ ସହ ଆଲୋଚନା କରିବାକୁ ଚାହୁଁଥିଲେ ।
ଏହାପରେ ଏହି ସେକ୍ସନରେ ଅଧିକରୁ ଅଧିକ ଲୋକ ଯୋଗଦେବା ଆରମ୍ଭ କଲେ । ବର୍ତ୍ତମାନ ଆମର ଏହି ସେକ୍ସନରେ ପ୍ରତିଦିନ 75 ରୁ ଅଧିକ ଲୋକ ଯୋଗଦେଉଛନ୍ତି ।
ଏହା ହେଉଛି ଏକ ଇଣ୍ଟରାକ୍ଟିଭ୍ ସେକ୍ସନ । ଯେଉଁଠାରେ ଆମେ ସ୍କ୍ରିନ୍ ରାଇଟିଂ ବିଷୟରେ ଆମର ଜ୍ଞାନ ଏବଂ କୌଶଳ ବାଣ୍ଟିପାରୁଛୁ । ଯଦି ଆପଣ ସ୍କ୍ରିନ୍ ରାଇଟିଂର ପ୍ରକୃତ ପ୍ରସଙ୍ଗ ବୁଝିପାରନ୍ତି, ତେବେ ଚଳଚ୍ଚିତ୍ର ନିର୍ମାଣ କରିବା କିମ୍ବା ମନୋରଞ୍ଜନ କରିବା ସହଜ ହୋଇଯାଏ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ