ମୁମ୍ବାଇ: ବଲିଉଡର ଭେଟେରାନ ଅଭିନେତା ଦିଲ୍ଲୀପ କୁମାରଙ୍କୁ ମଙ୍ଗଳବାର ସକାଳେ ଫୁସଫୁସ ସଂକ୍ରମଣ ହେତୁ ହିନ୍ଦୁଜା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅଭିନେତାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା କୁହାଯାଉଛି । ଚଳିତ ବର୍ଷ ଆରମ୍ଭରେ ଦିଲ୍ଲୀପଙ୍କ ଶ୍ବାସକ୍ରିୟାରେ ସମସ୍ୟା ଅନୁଭବ ହେବା କାରଣରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।
ପୁଣି ବିଗିଡିଲା ଦିଲ୍ଲୀପ କୁମାରଙ୍କ ସ୍ବାସ୍ଥ୍ୟାବସ୍ଥା, ହସ୍ପିଟାଲରେ ଭର୍ତ୍ତି - ଭେଟେରାନ ଅଭିନେତା ଦିଲ୍ଲୀପ କୁମାରଙ୍କ ନ୍ୟୁଜ
ପୁଣି ସାମ୍ନାକୁ ଆସିଲା ନୈରାଶ୍ୟଜନକ ଖବର । ନିକଟରେ ସୁସ୍ଥ ହୋଇ ହସ୍ପିଟାଲରୁ ଘରକୁ ଫେରିଥିବା ଦିଲ୍ଲୀପ ପୁଣି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଅଧିକ ପଢନ୍ତୁ...
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ଗତ 6 ତାରିଖରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡି ଯାଇଥିଲା । ହେଲେ ସେ ସୁସ୍ଥ ହୋଇ ନିକଟରେ ଘରକୁ ଫେରିଥିଲେ । ଆଉ ଏବେ ତାଙ୍କ ଅସୁସ୍ଥ କଥା ଶୁଣି ନିରାଶ ଫ୍ୟାନ୍ସ । ସେହିପରି ଗତ ମାସ ମଧ୍ୟ ଉକ୍ତ ହସ୍ପିଟାଲରେ ଅଭିନେତା ଭର୍ତ୍ତି ହୋଇଥିଲେ । ବର୍ତ୍ତମାନ ତାଙ୍କ ଚିକିତ୍ସା କରୁଛନ୍ତି ଡାକ୍ତର ଜଲିଲ ପାର୍କର ।
ପ୍ରକାଶ ଥାଉକିନିକଟରେ ତାଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ସୂଚନା ଦେଇଥିଲେ ତାଙ୍କର ଚିକିତ୍ସା କରୁଥିବା ଡାକ୍ତର ଜଲିଲ ପାର୍କର ଏବଂ ପତ୍ନୀ ତଥା ଅଭିନେତ୍ରୀ ସାଇରା ବାନୁ ।