ଓଡିଶା

odisha

ETV Bharat / sitara

କ୍ୟାନ୍ସର ଲଢେଇ କଥା ମନେ ପକାଇଲେ ମୁନ୍ନା ଭାଇ - ବିଶ୍ବ କର୍କଟ ଦିବସରେ ପ୍ରତିକ୍ରିୟା ରଖିଲେ ସଞ୍ଜୟ ଦତ୍ତ

କ୍ୟାନ୍ସର ଭଳି ମାରାତ୍ମକ ରୋଗ ସହ ଫାଇଟ୍ କରି ଆଜି ସାଧାରଣ ଜୀବନ ଯାପନ କରୁଛନ୍ତି ସଞ୍ଜୟ । ବିଶ୍ବ କର୍କଟ ଦିବସରେ ମନେ ପକାଇଲେ କ୍ୟାନ୍ସର ଦିନ । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ

By

Published : Feb 8, 2021, 11:57 AM IST

ମୁମ୍ବାଇ: ଗତ ବର୍ଷ କ୍ୟାନ୍ସରରେ ଆକ୍ରାନ୍ତ ଥିଲେ ବି-ଟାଉନର ମୁନ୍ନା ଭାଇ ସଞ୍ଜୟ ଦତ୍ତ । ଏହି ରୋଗ ସହ ଲଢି ସେ ବର୍ତ୍ତମାନ ସୁସ୍ଥ । ଇତିମଧ୍ୟରେ କ୍ୟାନ୍ସରକୁ ନେଇ ପ୍ରତିକ୍ରିୟା ରଖିଛନ୍ତି । ଆଉ ଜଣାଇଛନ୍ତି ଯେ ତାଙ୍କୁ 50-50 ପ୍ରତିଶତ ସୁଯୋଗ ଥିବା ଡାକ୍ତରମାନେ କହିଥିଲେ । ଏହି ମାରାତ୍ମକ ରୋଗକୁ ହରାଇବାରେ ତାଙ୍କର ଇଚ୍ଛା ଶକ୍ତି ଏବଂ ସକରାତ୍ମକ ମନୋଭାବ କେବଳ କାମ ଦେଇଥିଲା ।

ନିକଟରେ ବିଶ୍ବ କର୍କଟ ଦିବସ ପାଳନ କରିଥିଲେ ବିଶ୍ବବାସୀ । ଏହି ଅବସରରେ ସଞ୍ଜୟଙ୍କୁ ମନେ ପଡିଯାଇଥିଲା ତାଙ୍କ କ୍ୟାନ୍ସର କଥା । ଯେଉଁଥିରେ ସେ କହିଛନ୍ତି, ‘ଯେତେବେଳେ ମୁଁ ଜାଣିଲି ଏହି ରୋଗ କଥା ମୋ ଭିତରେ ବହୁତ କ୍ରୋଧ ଜାତ ହୋଇଥିଲା । ଆଉ ଭାବିଲି ମୋ ସହିତ ଏମିତି କାହିଁକି ହେଲା । ଲୋକେ ସେମାନଙ୍କର ଚିକିତ୍ସାକୁ କିପରି ଆଗକୁ ନେବାକୁ ଚାହାଁନ୍ତି ତାହା ସ୍ଥିର କରିବାକୁ ବହୁତ ସମୟ ନିଅନ୍ତି କିନ୍ତୁ ମୋତେ ଶୀଘ୍ର ନିଷ୍ପତ୍ତି ନେବାକୁ ପଡିଲା । କାରଣ ମୋର ଅନୁଭବ ହେଲା ଯେ ମୋ ପାଖରେ ଅଧିକ ସମୟ ନାହିଁ । ତେଣୁ ମୁଁ ମୋର ଅସୁସ୍ଥତାକୁ ଗ୍ରହଣ କରି ଏହାସହ ଲଢିବାକୁ ସ୍ଥିର କରିଥିଲି । ଯେତେବେଳେ ମୁଁ ପ୍ରଥମ ଥର ପାଇଁ ଡାକ୍ତରାଣୀ ସେୱନ୍ତୀଙ୍କୁ ଭେଟିବାକୁ ଆସିଥିଲି, ସେତେବେଳେ ଏହି ମାନସିକତା ମୋର ଜାତ ହୋଇଥିଲା ।’

ଏହାସହ ସେ ଆହୁରି କହିଥିଲେ, ‘ଡାକ୍ତରାଣୀ ମତେ 50-50 ପ୍ରତିଶତ ସୁଯୋଗ ଥିବା କଥା କହିଥିଲେ । କାରଣ ମୋ କ୍ୟାନ୍ସର ଶେଷ ସ୍ତରରେ ଥିଲା । ଆଉ ଡାକ୍ତରାଣୀ କହିଥିଲେ ତୁମକୁ ସକରାତ୍ମକ ଦିଗକୁ ଗ୍ରହଣ କରିବାକୁ ପଡିବ । ତାଙ୍କ ଏହି କଥା ମୋ ଜୀବନକୁ ବଦଳାଇବେ ସାହାଯ୍ୟ କରିଛି । କାରଣ ଏପରି ଇଚ୍ଛା ଶକ୍ତି ଏବଂ ସକାରାତ୍ମକ ମନୋଭାବ ଦ୍ବାରା ଆଜି ମୁଁ ଜୀବିତ ଅଛି ।’

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details