ଓଡିଶା

odisha

ETV Bharat / sitara

ବାଘ ସହ ଲଢିଥିଲେ ଅମିତାଭ, ସେୟାର କଲେ ଅନୁଭୂତି

ସୋସିଆଲ ମିଡିଆରେ ପୁଣି ଭାଇରାଲ ହେଲା ଅମିତାଭଙ୍କ ପୁରୁଣା ସ୍ମୃତି । ବାଘ ଛାଲର ଏକ ଜ୍ୟାକେଟ ସହ ଆସିଲେ ନଜର । ଫିଲ୍ମ ପାଇଁ ଲଢିଥିଲେ ବାଘ ସହ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

By

Published : Nov 3, 2020, 10:40 AM IST

ମୁମ୍ବାଇ: ହିନ୍ଦୀ ସିନେମାରେ 50 ବର୍ଷ ପୂରଣ କରିସାରିଥିବା ବିଗ ବି ଅମିତାଭ ବଚ୍ଚନ ପ୍ରାୟତଃ ଫ୍ୟାନ୍ସଙ୍କ ସହ ନିଜର ପୁରୁଣା ସ୍ମୃତି ସେୟାର କରନ୍ତି । ସୋସିଆଲ ମିଡିଆରେ ତାଙ୍କ ବୟସର କୌଣସି ବି କଳାକାର ଏତେ ଆକ୍ଟିଭ ରୁହନ୍ତି ଯେମିତି ସେ ରହନ୍ତି । ଆଉ ନିଜର ଟିକିନିକି ଜିନିଷ ସମସ୍ତଙ୍କ ସହିତ ସେୟାର କରିବାକୁ ଭଲ ପାଆନ୍ତି। ଇତିମଧ୍ୟରେ ତାଙ୍କ ନୂଆ ପୋଷ୍ଟକୁ ନେଇ ଚର୍ଚ୍ଚା । ନିକଟରେ ସେ 1977ରେ ରିଲିଜ ହୋଇଥିବା ଫିଲ୍ମ ‘ଖୁନ ପସୀନା’ ସୁଟିଂ ସମୟର ଏକ ଫଟୋ ପୋଷ୍ଟ କରିଥିଲେ । ଏହାସହ ସେ ଏକ ରୋମାଞ୍ଚକ କାହାଣୀ ମଧ୍ୟ ଶୁଣାଇଥିଲେ ।

ଭାଇରାଲ ହେଉଥିବା ଫଟୋରେ ଅମିତାଭ ଏକ ଜ୍ୟାକେଟ ଧରି ଠିଆ ହୋଇଥିବାର ଦେଖାଯାଉଛନ୍ତି । ସେହିପରି ଏହାର କ୍ୟାପସନରେ ସେ ଲେଖିଥିଲେ, ‘ଯେବେ କଷ୍ଟ୍ୟୁମ ଡିପାର୍ଟମେଣ୍ଟ ଫିଲ୍ମ ଖୁନ ପସୀନା ପାଇଁ ମତେ ଏହି ଜ୍ୟାକେଟ ଦେଇଥିଲା । ସେତେବେଳେ ଜଣାନଥିଲା ଯେ ମୁଁ ଏକ ପ୍ରକୃତ ବାଘ ସହ ଲଢିବି । ଆପଣ ଭାବି ପାରିବେ ନାହିଁ ଯେ ବାଘ କେତେ ବିପଦପୂର୍ଣ୍ଣ ଓ ଶକ୍ତିଶାଳୀ । ଏହା ମୋ ଜୀବନର ଏମିତି ଏକ ସମୟ ଯାହାକୁ ମୁଁ କେବେ ବି ଭୁଲି ପାରିବି ନାହିଁ ।’

ପ୍ରକାଶ ଥାଉକି ରାକେଶ କୁମାରଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମରେ ଅମିତାଭଙ୍କ ସହ ବିନୋଦ ଖନ୍ନା, ରେଖା, ନିରୁପା ରାୟ, ଅରୁଣା ଇରାନୀ ଓ କାଦର ଖାନଙ୍କ ଭଳି କଳାକାର ଅଭିନୟ କରିଥିଲେ । ଆଉ ଫିଲ୍ମଟି ବ୍ଲକବଷ୍ଟର ସାଜିଥିଲା ।

ABOUT THE AUTHOR

...view details