ଓଡିଶା

odisha

ETV Bharat / sitara

ଆକ୍ଟିଭ ରହିବାର ମନ୍ତ୍ର କହିଲେ ଅମିତାଭ

ନୂଆ ଟ୍ବିଟକୁ ନେଇ ଚର୍ଚ୍ଚାରେ ଅମିତାଭ । ଏଥର ସେ ସମସ୍ତଙ୍କୁ ନିଜ ଶରରୀରକୁ ଆକ୍ଟିଭ କିପରି ରଖିବା ଜଣାଇଛନ୍ତି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

By

Published : Nov 5, 2020, 1:08 PM IST

ମୁମ୍ବାଇ: ବର୍ତ୍ତମାନ ଛୋଟ ପରଦାର ରିୟାଲିଟି ଶୋ କୌନ ବନେଗା କରୋଡପତି 12କୁ ନେଇ ଚର୍ଚ୍ଚାରେ ବିଗ ବି ଅମିତାଭ ବଚ୍ଚନ । ଲୋକେ ତାଙ୍କ ପ୍ରଶ୍ନର ଉତ୍ତର ଦେଇ କୋଟି ପତି ହେବାକୁ ଚେଷ୍ଟା ଚଳାଇଛନ୍ତି । ଏହାବ୍ୟତୀତ ସବୁବେଳେ ସୋସିଆଲ ମିଡିଆରେ ସକ୍ରିୟ ରହୁଛନ୍ତି ଅମିତାଭ । ସେ ପ୍ରାୟତଃ ଫ୍ୟାନ୍ସଙ୍କୁ ଜୀବନ ଜ୍ଞାନର ପାଠ ପଢାଉଛନ୍ତି । ଏଥର ମଧ୍ୟ ଏମିତି କିଛି ଦେଖିବାକୁ ମିଳିଛି । ଏବେ ଫ୍ୟାନ୍ସଙ୍କୁ ଜୀବନରେ କିପରି ଆକ୍ଟିଭ ରହିବ ତାହା ସେ ଜଣାଇଛନ୍ତି ।

ବୁଧବାର ଏକ ଟ୍ବିଟ କରି ସେ ଲେଖିଛନ୍ତି, ‘ଆପଣ ଶରୀରରକୁ ଯେତେ ଆରାମ ଦେବେ ସେ ସେତେ ମାଗିବ । ଆଉ ଯେତେ କାମରେ ଲଗାଇବ ସେ ଅଧିକ କାମ କରିବ ।’

ପ୍ରକାଶ ଥାଉକି ଏହି ପୋଷ୍ଟ ପୂର୍ବରୁ ସେ ପୁଅ ତଥା ଅଭିନେତା ଅଭିଷେକ କପୁରଙ୍କ ସହ ଦୁଇଟି ଫଟୋ ସେୟାର କରିଥିଲେ । ପିଲାବେଳ ଫଟୋରେ ଅମିତାଭଙ୍କ ସହ ଖେଳୁଥିବାର ନଜର ଆସୁଥିଲେ ଅଭିଷେକ । ଆଉ ତାଙ୍କ କ୍ୟୁଟ ଅନ୍ଦାଜ ସମସ୍ତଙ୍କୁ ପସନ୍ଦ ଆସିଥିଲା ।

ABOUT THE AUTHOR

...view details