ଓଡିଶା

odisha

ETV Bharat / sitara

ଏଫଆଇଏଏଫ ଦ୍ବାରା ସମ୍ମାନିତ ହେଲେ ଅମିତାଭ, ପ୍ରକାଶ କଲେ ଖୁସି - ଖ୍ରୀଷ୍ଟୋଫର ନୋଲାନଙ୍କ ନ୍ୟୁଜ

ସାମ୍ନାକୁ ଆସିଲା ଗୁଡନ୍ୟୁଜ । ଅମିତାଭ ନାଁରେ ଆଉ ଏକ ଉପାଧି । ଏଥର ତାଙ୍କୁ ଅନ୍ତର୍ଜାତୀୟ ଫେଡେରେସନ୍ ଅଫ୍ ଫିଲ୍ମ ଆଚିଭରରେ ପୁରସ୍କୃତ କରାଯାଇଛି । ଅଧିକ ପଢନ୍ତୁ...

ଏଫଆଇଏଏଫ ଦ୍ବାରା ସମ୍ମାନିତ ହେଲେ ଅମିତାଭ
ଏଫଆଇଏଏଫ ଦ୍ବାରା ସମ୍ମାନିତ ହେଲେ ଅମିତାଭ

By

Published : Mar 20, 2021, 10:44 AM IST

ମୁମ୍ବାଇ: ହଲିଉଡ ଚଳଚ୍ଚିତ୍ର ନିର୍ମାତା ମାର୍ଟିନ ସ୍କୋରସ୍ ଏବଂ ଖ୍ରୀଷ୍ଟୋଫର ନୋଲାନ ଶୁକ୍ରବାର ଦିନ ବଲିଉଡର ମହାନାୟକ ଅମିତାଭ ବଚ୍ଚନଙ୍କୁ ଚଳତଚ୍ଚିତ୍ରର ଐତିହ୍ୟର ସଂରକ୍ଷଣ କ୍ଷେତ୍ରରେ ଅବଦାନ ପାଇଁ ପ୍ରଶଂସା କରିଛନ୍ତି । ଡିଜିଟାଲ୍ ମାଧ୍ୟମରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବଚ୍ଚନଙ୍କୁ ଏଫଆଇଏଏଫ ପୁରସ୍କାର ପ୍ରଦାନ କରାଯାଇଛି ।

ଅନ୍ତର୍ଜାତୀୟ ଫେଡେରେସନ୍ ଅଫ୍ ଫିଲ୍ମ ଆଚିଭର ଦ୍ବାରା ଏହି ପୁରସ୍କାର ପ୍ରଦାନ କରାଯାଇଛି | ଭିଡିଓ ବାର୍ତ୍ତାରେ ସ୍କୋରସେ କହିଛନ୍ତି ଯେ ଭାରତର ଚଳଚ୍ଚିତ୍ର ଐତିହ୍ୟକୁ ବଞ୍ଚାଇ ରଖିବା ପାଇଁ ବଚ୍ଚନ ଏକ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି।

ସେପଟେ ଏହି ଅବସରରେ ଅମିତାଭ ନିଜ ଖୁସି ପ୍ରକାଶ କରି ଟ୍ବିଟରରେ ପୁରସ୍କାର ସହ ନିଜର ଫଟୋ ପୋଷ୍ଟ କରି ଲେଖିଛନ୍ତି, ‘2021 ଏଫଆଇଏଏଫ ପୁରସ୍କାର ପାଇଥିବାରୁ ଗଭୀର ସମ୍ମାନିତ ଅନୁଭବ କରୁଛି। ଆଜି ସମାରୋହରେ ମୋତେ ପୁରସ୍କାର ପ୍ରଦାନ କରିଥିବାରୁ ଏଫଆଇଏଏଫ ମାର୍ଟିନ ସ୍କୋରସେ, ଖ୍ରୀଷ୍ଟୋଫର ନୋଲାନଙ୍କୁ ଧନ୍ୟବାଦ । ଆଧୁନିକ ଟେକ୍ନୋଲୋଜିକୁ ପ୍ରଶଂସା କରିବା ଦରକାର । ଯାହା ଏକକାଳୀନ ବିଶ୍ବର ଅବଶିଷ୍ଟାଂଶ ସହିତ ସଂଯୁକ୍ତ ।’

ପ୍ରକାଶ ଥାଉକି ଅମିତାଭ ଏବର୍ଷ ଅନେକ ଫିଲ୍ମରେ ନଜର ଆସିବେ । ଏହି କ୍ରମରେ ସାମିଲ ଅଛି ‘ଚେହରେ’, ‘ଝୁଣ୍ଡ’, ଅଜୟ ଦେବଗନଙ୍କ ସହ ‘ମେ ଡେ’ ଓ ‘ବ୍ରହ୍ମାସ୍ତ୍ର’ ଭଳି ଫିଲ୍ମ ।

For All Latest Updates

ABOUT THE AUTHOR

...view details