ଓଡିଶା

odisha

By

Published : May 12, 2021, 11:03 PM IST

ETV Bharat / sitara

'ଇଣ୍ଟରନ୍ୟାସନାଲ ନର୍ସ ଡେ'ରେ ଦେଶର ନର୍ସଙ୍କୁ ସଲାମ କଲେ ସେଲିବ୍ରିଟି

ଆଜି ଇଣ୍ଟରନ୍ୟାସନାଲ ନର୍ସ ଡେ । ଏହି ଅବସରରେ ବଲିଉଡ ତାରକାମାନେ ଦେଶର ସମସ୍ତ ନର୍ସଙ୍କ 'ଅକ୍ଲାନ୍ତ ପରିଶ୍ରମ'କୁ ସାଲ୍ୟୁଟ କରି ଧନ୍ୟବାଦ ଜଣାଇଛନ୍ତି । ଅଧିକ ପଢନ୍ତୁ...

Bollywood stars salute nurses' efforts on International Nurses Day
'ଇଣ୍ଟରନ୍ୟାସନାଲ ନର୍ସ ଡେ'ରେ ଦେଶର ନର୍ସଙ୍କୁ ସଲାମ କଲେ ସେଲିବ୍ରିଟି

ନୂଆଦିଲ୍ଲୀ: ଆଜି ଇଣ୍ଟରନ୍ୟାସନାଲ ନର୍ସ ଡେ । ଏହି ଅବସରରେ ବଲିଉଡ ତାରକାମାନେ ଦେଶର ସମସ୍ତ ନର୍ସଙ୍କ 'ଅକ୍ଲାନ୍ତ ପରିଶ୍ରମ'କୁ ସାଲ୍ୟୁଟ କରି ଧନ୍ୟବାଦ ଜଣାଇଛନ୍ତି । ଯେଉଁମାନେ ମହାମାରୀ ସମୟରେ ନିରନ୍ତର ଭାବରେ କାର୍ଯ୍ୟ କରୁଛନ୍ତି ।

ଅଭିଷେକ ବଚ୍ଚନ ଟ୍ବିଟରରେ ଏକ ଭିଡିଓ ସେୟାର କରି ଲେଖିଛନ୍ତି, କୋଭିଡ -19 ସହିତ ଲଢିବା ପାଇଁ ନର୍ସମାନଙ୍କ 'ଅକ୍ଲାନ୍ତ ପରିଶ୍ରମ'କୁ ଦେଖି ମୁଁ ସେମାନଙ୍କୁ ସାଲ୍ୟୁଟ କରୁଛି । ନର୍ସମାନେ ରୋଗୀଙ୍କୁ ସୁରକ୍ଷା ଦେବା ପାଇଁ ନିଜ ଜୀବନକୁ ବିପଦରେ ପକାଇ ମାନବିକତାକୁ ଶୀର୍ଷରେ ରଖିଛନ୍ତି । ସେମାନଙ୍କର ଏପରି କାମ ଦେଖି ଆମେ ସବୁବେଳେ ଆପଣଙ୍କ ନିକଟରେ ଋଣୀ ରହିବୁ ।

'ଇଣ୍ଟରନ୍ୟାସନାଲ ନର୍ସ ଡେ'ରେ ଦେଶର ନର୍ସଙ୍କୁ ସଲାମ କଲେ ସେଲିବ୍ରିଟି

କାଜୋଲ ଟ୍ବିଟରରେ ଏକ ଭିଡିଓ ସେୟାର କରି ନର୍ସମାନଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି । # ଇଣ୍ଟରନ୍ୟାସନାଲ ନର୍ସ ଡେ ।

'ଇଣ୍ଟରନ୍ୟାସନାଲ ନର୍ସ ଡେ'ରେ ଦେଶର ନର୍ସଙ୍କୁ ସଲାମ କଲେ ସେଲିବ୍ରିଟି

ସିଦ୍ଧାର୍ଥ ମଲହୋତ୍ରା ଇନଷ୍ଟାଗ୍ରାମର ଷ୍ଟୋରୀରେ ଲେଖିଛନ୍ତି, "ପ୍ରତ୍ୟେକ ଦିନ ଆମ ଘରେ ଥିବାବେଳେ ନର୍ସମାନେ ଆମକୁ ସୁସ୍ଥ ରଖିବା ପାଇଁ ଦିନରାତି କାମ କରୁଛନ୍ତି । ସେମାନେ ସର୍ବଦା ଜୀବନ ବଞ୍ଚାଇବା ପାଇଁ ଅକ୍ଲାନ୍ତ ପରିଶ୍ରମ କରିଛନ୍ତି । ହାପି # ଇଣ୍ଟରନ୍ୟାସନାଲ ନର୍ସ ଡେ "।

'ଇଣ୍ଟରନ୍ୟାସନାଲ ନର୍ସ ଡେ'ରେ ଦେଶର ନର୍ସଙ୍କୁ ସଲାମ କଲେ ସେଲିବ୍ରିଟି

ରଣଦୀପ ହୁଡା ମଧ୍ୟ ଇନଷ୍ଟାଗ୍ରାମ ଷ୍ଟୋରୀରେ ନର୍ସମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

'ଇଣ୍ଟରନ୍ୟାସନାଲ ନର୍ସ ଡେ'ରେ ଦେଶର ନର୍ସଙ୍କୁ ସଲାମ କଲେ ସେଲିବ୍ରିଟି

ସଞ୍ଜୟ ଦତ୍ତ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଲେଖିଛନ୍ତି, ମୁଁ ନର୍ସମାନଙ୍କୁ ମୋର ହୃଦୟରୁ କୃତଜ୍ଞତା ଜଣାଉଛି ।

'ଇଣ୍ଟରନ୍ୟାସନାଲ ନର୍ସ ଡେ'ରେ ଦେଶର ନର୍ସଙ୍କୁ ସଲାମ କଲେ ସେଲିବ୍ରିଟି

ABOUT THE AUTHOR

...view details