ଓଡିଶା

odisha

ETV Bharat / sitara

ଜେଏନୟୁ ବିବାଦ: ପ୍ରତିକ୍ରିୟା ରଖିଲା ବି-ଟାଉନ - ଫେମସ ଆକ୍ଟର ରାଜକୁମାର ରାଓଙ୍କ ନୂଆ ଟ୍ବିଟ

କିଛି ଦିନ ପୂର୍ବରୁ ଦେଶରେ ସିଏଏ ପ୍ରସଙ୍ଗରେ ବିବାଦ ଦେଖିବାକୁ ମିଳିଥିଲା। ଯାହା ଏଯାବତ ଥମିବାର ନାଁ ନେଉନାହିଁ। ଇତିମଧ୍ୟରେ ଗତ ରବିବାର ଜେଏନୟୁରେ ହିଂସା ଘଟଣା ଦେଶବାସୀଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଯାହାକୁ ନେଇ ସାମ୍ନାକୁ ଆସିଛି ଅନେକ ସେଲିବ୍ରିଟିଙ୍କ ପ୍ରତିକ୍ରିୟା।

bollywood stars
ଡିଜାଇନ ଫଟୋ

By

Published : Jan 6, 2020, 3:25 PM IST

ମୁମ୍ବାଇ: ଜବାହାରଲାଲ ନେହେରୁ ବିଶ୍ବବିଦ୍ୟାଳୟ(ଜେଏନୟୁ) ପରିସରରେ ରବିବାର ରାତିରେ ହିଂସା ଦେଖିବାକୁ ମିଳିଥିଲା। ଯେଉଁଠାରେ ଲାଠି ଧରିଥିବା କିଛି ଲୋକ ଛାତ୍ର, ଶିକ୍ଷକଙ୍କ ଉପରେ ଆକ୍ରମଣ କରିଥିଲେ। ଜେଏନୟୁ ପରିସରରେ ଥିବା ଅନେକ ସମ୍ପତ୍ତି ମଧ୍ୟ ନଷ୍ଟ କରିଥିଲେ । ଯାହାପରେ ବାଧ୍ୟ ହୋଇ ପ୍ରଶାସନ ପୋଲିସକୁ ଡାକିଥିଲା । ଏହି ଆକ୍ରମଣରେ ଜେଏନୟୁ ଛାତ୍ର ସଂଘର ଅଧ୍ୟକ୍ଷ ଆଈଶୀ ଘୋଷଙ୍କ ସହ ପାଖାପାଖି 28 ଜଣ ଆହତ ହୋଇଛନ୍ତି । ଏମାମନଙ୍କୁ ଏମ୍ସ ମେଡିକାଲରେ ଭର୍ତ୍ତି କରାଯାଇଛି ।

ବର୍ତ୍ତମାନ ଏହି ମାମଲାକୁ ସମସ୍ତ ନିନ୍ଦା କରିବାରେ ଲାଗିଛନ୍ତି । କେବଳ ଜନସାଧାରଣ ନୁହେଁ ବି-ଟାଉନ ସେଲିବ୍ରିଟି ମଧ୍ୟ ଏହି ମାମଲା ଉପରେ କଡା ନିନ୍ଦା କରୁଛନ୍ତି । ଫେମସ ଆକ୍ଟର ରାଜକୁମାର ରାଓଙ୍କଠୁ ନେଇ ଖିଲାଡି ଅକ୍ଷୟ କୁମାରଙ୍କ ପତ୍ନୀ ତଥା ଅଭିନେତ୍ରୀ ଟ୍ବିଙ୍କଲ ଖାନ୍ନ ମଧ୍ୟ ଏହି ମାମଲା ଉପରେ ନିଜ ପ୍ରତିକ୍ରିୟା ରଖିଛନ୍ତି ।

ସୋମବାର ସକାଳେ ରାଜକୁମାର ଜେଏନୟୁ ବିବାଦ ଉପରେ ଟ୍ବିଟ କରି ଲେଖିଛନ୍ତି, ‘ଜେଏନୟୁରେ ଯାହା ଘଟିଛି ତାହା ଲଜ୍ୟାଜନକ, ଭୟାନକ ଓ ଲୋମହର୍ଷଣକାରୀ । ଯେଉଁ ଲୋକ ଏହି ଆକ୍ରମଣ ପଛରେ ଅଛନ୍ତି, ସେମାନଙ୍କୁ ଦଣ୍ଡିତ କରାଯିବା କଥା #JNUViolence ।’

ଫଟୋ ସୌଜନ୍ୟ: ଟ୍ବିଟର@ରାଜକୁମାର ରାଓ

ସେହିପରି ଟ୍ବିଙ୍କଲ ଟ୍ବିଟ କରି ଲେଖିଛନ୍ତି, ‘ଭାରତ, ଯେଉଁଠାରେ ଛାତ୍ରଙ୍କ ଠାରୁ ଗାଈ ଅଧିକ ସୁରକ୍ଷିତ। ଏହା ସେହି ଦେଶ ଯିଏ ଡରରେ ବଞ୍ଚିବାକୁ ମନା କରିଦେଇଛି । ଆପଣ ହିଂସା କରି ଲୋକଙ୍କୁ ଦବାଇ ପାରିବେ ନାହଁ । ଆଉ ଅଧିକ ବିରୋଧ ହେବ, ପ୍ରଦର୍ଶନ ଅଧିକ ହେବ, ସଡକକୁ ଅଧିକ ଲୋକ ଓହ୍ଲାଇବେ ।’

ଫଟୋ ସୌଜନ୍ୟ: ଟ୍ବିଟର@ଟ୍ବିଙ୍କଲ ଖାନ୍ନା

ବି-ଟାଉନର ବିବାଦୀୟ ଅଭିନେତ୍ରୀ ସ୍ବରା ଭାସ୍କର ମଧ୍ୟ ରବିବାର ସୋସିଆଲ ମିଡିଆରେ ଜେଏନୟୁ ବିବାଦକୁ ନେଇ ଏକ ଭିଡିଓ ସେୟାର କରିଥିଲେ । ଆଉ ସେଥିରେ କହିଥିଲେ ଯେ ମୁହଁରେ କପଡା ବାନ୍ଧି କିଛି ଲୋକ ବିଶ୍ବବିଦ୍ୟାଳୟରେ ପଶି ହଷ୍ଟେଲ ଛାତ୍ର ଓ ଶିକ୍ଷକଙ୍କୁ ମାରୁଛନ୍ତି । ଖାଲି ଏତିକି ନୁହେଁ ସେ ଏହି କଥା କହି କାନ୍ଦି ପକାଇଥିଲେ । ସେ ନିଜ ଭିଡିଓରେ ଏବିବିପିକୁ ଦାୟୀ କରିଛନ୍ତି । ସେ ଅଭିଯୋଗ ଲଗାଇଛନ୍ତି ଯେ ମୁହଁରେ କପଡା ବାନ୍ଧି ଏବିଭିପି ପକ୍ଷରୁ ଆସିଥିଲେ। ସମସ୍ତଙ୍କୁ ଅନୁରୋଧ କରିଛନ୍ତି ଯେ ଅଧିକ ସଂଖ୍ୟାରେ ଜେଏନୟୁ ମେନ ଗେଟ ପାଖକୁ ଲୋକ ଆସନ୍ତୁ ଏବଂ ସରକାର ସହ ଦିଲ୍ଲୀ ପୋଲିସକୁ ଟାର୍ଗେଟ କରନ୍ତୁ । ସେ ଏହା ଅଭିଯୋଗ କରି ମଧ୍ୟ କହିଛନ୍ତି ସରକାର ଓ ଦିଲ୍ଲୀ ପୋଲିସ ଏହି ମାମଲାରେ ଜାଣିଶୁଣି କିଛି ମଧ୍ୟ କରୁନାହାଁନ୍ତି । କେବଳ ଯାତ୍ରା ଦେଖଛନ୍ତୁ ।

ପ୍ରକାଶ ଥାଉକି ସୋନମ କପୁର, ଶବାନା ଆଜମୀ, ଅନୁରାଗ କଶ୍ୟପ, କଙ୍କୋଣା ସେ ଶର୍ମା, ରିଚା ଚଡ୍ଡା, ତାପସୀ ପନ୍ନୁ, ଜେନେଲିୟା ଦେଶମୁଖ, ରିତେଶ ଦେଶମୁଖ ଓ ଜୀଶାନ ଆୟୁବ ମଧ୍ୟ ଏହି ଘଟଣାରେ ଟ୍ବିଟ କରିସାରିଛନ୍ତି।

ଫଟୋ ସୌଜନ୍ୟ: ଟ୍ବିଟର@ଜୀଶାନ ଆୟୁବ

ABOUT THE AUTHOR

...view details