ହାଇଦ୍ରାବାଦ: ଫିଲ୍ମ ନିର୍ମାତା ଜୋୟା ଅଖତର, ଅନୁରାଗ କସ୍ୟପ, ରିତେଶ ବତ୍ରାଙ୍କ ସହ ଅଭିନେତା ଅନୁପମ ଖେର ହୋଇଛନ୍ତି ଓସ୍କାର କମିଟିର ସଦସ୍ୟ । ଏକାଡେମୀ ଅଫ ମୋସନ ପିକ୍ଚର୍ସ ଆର୍ଟ୍ସ ଆଣ୍ଡ ସାଇନ୍ସର ମେମ୍ବର ଭାବେ ଚୟନ ହୋଇଥିବା 842 ଜଣ ସଦସ୍ୟ ମଧ୍ୟରେ ସାମିଲ ହୋଇଛନ୍ତି ବଲିଉଡର ଷ୍ଟାର ।
ଓସ୍କାର ଏକାଡେମୀ ମେମ୍ବର ଲିଷ୍ଟରେ ବଲିଉଡ ଚେହେରା - ritesh batra
ବଲିଉଡ ଷ୍ଟାରଙ୍କୁ ଏଥର ଓସ୍କାର ଏକାଡେମୀର ସଦସ୍ୟ ହେବା ପାଇଁ ମିଳିଛି ନିମନ୍ତ୍ରଣ । ନିର୍ଦ୍ଦେଶକଙ୍କ ସମେତ ଅଭିନେତା ଅନୁପମ ଖେରଙ୍କୁ ମିଳିଛି ଏହି ନିମନ୍ତ୍ରଣ ।
![ଓସ୍କାର ଏକାଡେମୀ ମେମ୍ବର ଲିଷ୍ଟରେ ବଲିଉଡ ଚେହେରା](https://etvbharatimages.akamaized.net/etvbharat/prod-images/768-512-3726420-thumbnail-3x2-anjpg.jpg)
ଡିଜାଇନ ଫଟୋ
ଓସ୍କାରର ଅଫିସିଆଲ ପେଜରେ ଏହି ଘୋଷଣା କରାଯାଇଛି । ଥିଓରେଟିକାଲ ମୋସନ ପିକ୍ଚରରେ ଅବଦାନ ପାଇଁ ଏହି ନିମନ୍ତ୍ରଣ ଦିଆଯାଇଛି । ଚଳିତ ବର୍ଷ ପ୍ରାୟ 50 ପ୍ରତିଶତ ମହିଳା ସଦସ୍ୟ ରହିବେ । 842ଜଣଙ୍କ ମଧ୍ୟରୁ ଯେଉଁମାନେ ନିମନ୍ତ୍ରଣକୁ ଗ୍ରହଣ କରିବେ, ସେମାନେ ହେବେ ଏକାଡେମୀ-2019ର ମେମ୍ବର ।
ଏହାସହ ଭାରତୀୟ ଝିଅ ତଥା ବ୍ରିଟିଶ ଅଭିନେତ୍ରୀ ଆର୍ଚ୍ଚୀ ପଞ୍ଜାବୀଙ୍କୁ ମଧ୍ୟ ମେମ୍ବର ହେବା ପାଇଁ ନିମନ୍ତ୍ରଣ ମିଳିଛି । ଆର୍ଚ୍ଚୀ ‘ଏ ମାଇଟ ହାର୍ଟ’, ‘ବେଣ୍ଡ ଇଟ ଲାଇକ ବେଙ୍କହାମ’ ଭଳି ଫିଲ୍ମରେ ଅଭିନୟ କରିଛନ୍ତି ।
Last Updated : Jul 2, 2019, 8:42 PM IST