ହାଇଦ୍ରାବାଦ: ବି-ଟାଉନ ସେଲିବ୍ରିଟିଙ୍କ ନବରାତ୍ରୀ । ପ୍ରଥମ ଦିନରେ ଶୈଳପୁତ୍ରୀ ଓ ଦ୍ବିତୀୟରେ ବ୍ରହ୍ମଚାରିଣୀ ବେଶରେ ନଜର ଆସିଛନ୍ତି ମାଁ । ନଅ ଦିନ ଧରି ନଅଟି ରୂପରେ ମାଁ ନଜର ଆସିବେ । ତେବେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବଲିଉଡ ସେଲିବ୍ରିଟି ପାଳନ କରୁଛନ୍ତି ନବରାତ୍ରୀ । ସୋସିଆଲ ମିଡିଆରେ ନିଜ ନିଜ ଫ୍ୟାନ୍ସଙ୍କୁ ନବରାତ୍ରୀର ଶୁଭେଚ୍ଛା ଜଣାଇଛନ୍ତି ।
ନବରାତ୍ରୀ ପାଳନ କରୁଛି ବି-ଟାଉନ - bollywood star celebrate navartri
ନବରାତ୍ରୀ ପାଳନ କରୁଛନ୍ତି ବଲିଉଡ ସେଲିବ୍ରିଟି । ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କୁ ଜଣାଇଲେ ଶୁଭେଚ୍ଛା ।

ଫଟୋ ସୌଜନ୍ୟ: ଏଏନଆଇ
ଶିଳ୍ପା ସେଟ୍ଟୀ ନିଜ ଘରେ ସବୁପ୍ରକାର ପୂଜା କରିଥାନ୍ତି । ସେହିପରି ନବରାତ୍ରୀ ମଧ୍ୟ ପାଳନ କରିଛନ୍ତି ସେ । ଇନଷ୍ଟାଗ୍ରାମରେ ଫଟୋ ସେୟାର କରି ନବରାତ୍ରୀର ଶୁଭେଚ୍ଛା ଜଣାଇଛନ୍ତି । ଅଭିନେତ୍ରୀ ଇଶା ଦେଓଲ ମଧ୍ୟ ଟ୍ବିଟରରେ ନିଜ ଫ୍ୟାନ୍ସଙ୍କୁ ନବରାତ୍ରୀର ଶୁଭେଚ୍ଛା ଜଣାଇଛନ୍ତି ।
ଅଭିନେତାରୁ ରାଜନେତା ହୋଇଥିବା ପରେଶ ରାୱଲ୍ ଟ୍ବିଟରରେ ଟ୍ବିଟ କରି ଶୁଭେଚ୍ଛା ଜଣାଇଛନ୍ତି । ଏଭର୍ ବିୟୁଟି ହେମା ମାଲିନୀ ନବରାତ୍ରୀ ଆରମ୍ଭ ହେବାର ଶୁଭେଚ୍ଛା ଜଣାଇଛନ୍ତି । ଅଜୟ ଦେବଗନ ମଧ୍ୟ ନବରାତ୍ରୀର ଅଭିନନ୍ଦନ ଜଣାଇଛନ୍ତି ।