ମୁମ୍ବାଇ: ନିକଟରେ ବଲିଉଡରେ 51 ବର୍ଷ ପୂରଣ କରିଥିବା ମେଗାଷ୍ଟାର ଅମିତାଭ ବଚ୍ଚନଙ୍କୁ ଫ୍ୟାନ୍ ତରଫରୁ ଅଭିନବ ଭେଟି । ଭାରତୀୟ ସିନେମାରେ ‘ଡନ୍’ ତାରକାଙ୍କୁ ଜଣେ ପ୍ରଶଂସକ ଏକ ଅଭିନବ କଳାକୃତି ଉପହାର ଦେଇଛନ୍ତି । କୁଇଜ୍ ସୋ' ‘କନ୍ ବନେଗା କରୋଡପତି-12’ର ସେଟରୁ ଏକ ସୁନ୍ଦର ଚିତ୍ର ସେୟାର କରିଛନ୍ତି ବିଗ୍ ବଚ୍ଚନ ।
ମେଗାଷ୍ଟାରଙ୍କ ପ୍ରଶଂସକ ତାଙ୍କୁ ଏକ ରଙ୍ଗୀନ ରଙ୍ଗୋଲି ଉପହାର ଦେଇଥିଲେ । ଅମିତାଭଙ୍କ ପ୍ରଥମ ଚଳଚ୍ଚିତ୍ର ‘ସାତ୍ ହିନ୍ଦୁସ୍ତାନୀ’ର ନାମ ଏବଂ ଚଳଚ୍ଚିତ୍ର ରିଲିଜ ହେବାର ତାରିଖ ଏହି ରଙ୍ଗୋଲିରେ ଦେଖିବାକୁ ମିଳିଛି। 1969 ମସିହାରେ ନଭେମ୍ବର 7 ରେ ବଚ୍ଚନଙ୍କ ପ୍ରଥମ ଚଳଚ୍ଚିତ୍ର ‘ସାତ୍ ହିନ୍ଦୁସ୍ତାନୀ’ ରିଲିଜ ହୋଇଥିଲା । ଏହି ସ୍ମୃତିକୁ ସ୍ମରଣ କରିବା ପାଇଁ ପ୍ରଶଂସକ ତାଙ୍କୁ ସୁନ୍ଦର ରଙ୍ଗୋଲି ବନେଇଥିଲେ ।