ଓଡିଶା

odisha

By

Published : Feb 17, 2021, 6:13 AM IST

ETV Bharat / sitara

ସିଲଂ ପ୍ରଶଂସାରେ ଆୟୁଷ୍ମାନ, କହିଲେ ଏମିତି କଥା...

ବର୍ତ୍ତମାନ ସିଲଂରେ ନିଜର ଆଗାମୀ ଫିଲ୍ମ ‘ଅନେକ’ର ସୁଟିଂ କରୁଛନ୍ତି ଆୟୁଷ୍ମାନ । ଆଉ ଏହାର ସୌନ୍ଦର୍ଯ୍ୟର ପ୍ରଶଂସାରେ ଅଭିନେତା । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଆଇଏଏନଏସ
ଫଟୋ ସୌଜନ୍ୟ: ଆଇଏଏନଏସ

ମୁମ୍ବାଇ: ବି-ଟାଉନର ବିକ୍କୀ ଡୋନର ଆୟୁଷ୍ମାନ ଖୁରାନା ଏବର୍ଷ ବ୍ୟାକ ଟୁ ବ୍ୟାକ ଫିଲ୍ମ ନେଇ ଫେରିବେ । ସେ ଖୁବଶୀଘ୍ର ରୋମାଣ୍ଟିକ ଡ୍ରାମା ଫିଲ୍ମ ‘ଚଣ୍ଡିଗଡ କରେ ଆଶିକୀ’ରେ ନଜର ଆସିବେ । ପ୍ରଥମଥର ସେ ସେକ୍ସୀ ଅଭିନେତ୍ରୀ ବାଣୀ କପୁରଙ୍କ ସହ କାମ କରିବାକୁ ଯାଉଛନ୍ତି । ଯାହାକୁ ନେଇ ଦୁଇ ଷ୍ଟାର ଉତ୍ସାହିତ। ସେପଟେ ଅନୁଭବ ସିହ୍ନାଙ୍କ ଅପକମିଂ ଫିଲ୍ମ ‘ଅନେକ’ରେ ମଧ୍ୟ ତାଙ୍କ ଭିନ୍ନ ଅବତାର ଦେଖିବାକୁ ମିଳିବ । ନିକଟରେ ଫିଲ୍ମର ସୁଟିଂ ଆରମ୍ଭ କରିଥିଲେ । ଇତିମଧ୍ୟରେ ସେ ଅଭିନେତା ହେବାର ଫାଇଦା ବିଷୟରେ ସମସ୍ତଙ୍କୁ ଜଣାଇଛନ୍ତି ।

ଆଉ କହିଛନ୍ତି,‘ଅଭିନେତା ହେବା ଯୋଗୁଁ ଆମର ସୌଭାଗ୍ୟ ଯେ ଆମେ ଭିନ୍ନ ଭିନ୍ନ ସ୍ଥାନ ବୁଲିପାରୁଛୁ ଏବଂ ନିଜର ନୂଆ ସ୍ମୃତି ମଧ୍ୟ ଗଢୁଛୁ ।’

ଏହାବ୍ୟତୀତ ସେ ଫିଲ୍ମ ଅନେକ ବିଷୟରେ କହିଛନ୍ତି, ‘ଏହି ଫିଲ୍ମ ମତେ ସୁଯୋଗ ଦେଇଛି ଯେ ଭାରତର ସୌନ୍ଦର୍ଯ୍ୟକୁ ପୁଣି ଥରେ ସମସ୍ତଙ୍କୁ ଦେଖାଇବା ପାଇଁ । ଆସାମ ପରେ ବର୍ତ୍ତମାନ ମୁଁ ସିଲଂରେ ଅଛି । ମୁଁ ପୂର୍ବରୁ ଏଠାରେ ଥିଲି କିନ୍ତୁ ମୁଁ ଯେମିତି ଚାହୁଁଥିଲି ସେମିତି ପ୍ରକାଶ କରିପାରୁନଥିଲି । ପ୍ରଥମଥର ମୁଁ ଏହି ସ୍ଥାନରେ ସୁଟିଂ କରୁଛି ଏବଂ ଏହି ସ୍ଥାନ କେତେ ସୁନ୍ଦର, ଯାହା ମତେ ମୋହିତ କରୁଛି ।’ ତେବେ ଏହାକୁ ନେଇ ପ୍ରଶଂସା କରିଛନ୍ତି ଅଭିନେତା ।

@IANS

ABOUT THE AUTHOR

...view details