ମୁମ୍ବାଇ: ବଲିଉଡର ଫେମସ ଗାୟକ ଅରମାନ ମଲ୍ଲିକ ବର୍ତ୍ତମାନ ଚର୍ଚ୍ଚାରେ। ଏବେ ସେ ନିଜର କୌଣସି ଗୀତକୁ ନେଇ ନୁହେଁ ହେଲେ ସୋସିଆଲ ମିଡିଆ ପାଇଁ ଚର୍ଚ୍ଚାରେ ଆସିଛନ୍ତି। ସେ ସୋସିଆଲ ମିଡିଆରେ ନିଜର ସବୁ ପୋଷ୍ଟକୁ ଡିଲିଟ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି । ସବୁ ପୋଷ୍ଟ ଡିଲିଟ କରିବା ପରେ ସେ ଏକ ନୂଆ ପୋଷ୍ଟ ମଧ୍ୟ ସେୟାର କରିଛନ୍ତି । ତାଙ୍କର ଏହି ପୋଷ୍ଟ ଦେଖିବା ପରେ ଚିନ୍ତିତ ଫ୍ୟାନ୍ସ ।
ଇନଷ୍ଟାଗ୍ରାମର ସବୁ ପୋଷ୍ଟ ଡିଲିଟ କଲେ ଅରମାନ - ଫେମସ ଗାୟକ ଅରମାନ ମଲ୍ଲିକ ନୂଆ ଇନଷ୍ଟାଗ୍ରାମ ପୋଷ୍ଟ
ସୋସିଆଲ ମିଡିଆରୁ ନିଜ ପୋଷ୍ଟକୁ ଡିଲିଟ କରି ଫ୍ୟାନ୍ସଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି ଅରମାନ ମଲ୍ଲିକ। ନୂଆ ପୋଷ୍ଟରେ ଲେଖିଛନ୍ତି ସେ ଆଉ ସହିପାରିବେ ନାହିଁ।
ଇନଷ୍ଟାଗ୍ରାମରେ ଫଟୋ ସେୟାର କରି ସେ କ୍ୟାପସନରେ ଲେଖିଛନ୍ତି, ‘ମୁଁ ଏବେ ଆଉ ସହିପାରିବି ନାହିଁ ।’ ଏହାସହ ସେ ନିଜ ଇନଷ୍ଟା ଡିପି ମଧ୍ୟ ବ୍ଲାକ କରିଦେଇଛନ୍ତି। ଯାହାକୁ ନେଇ ତାଙ୍କୁ କମେଣ୍ଟ କରିବାରେ ଲାଗିଛନ୍ତି ଫ୍ୟାନ୍ସ । କିଛି ଫ୍ୟାନ୍ସ ତାଙ୍କୁ ଠିକ୍ ହେବା ପ୍ରଶ୍ନ ପଚାରୁଥିବା ବେଳେ ଆଉ କିଛି ତାଙ୍କ ଏପରି ପୋଷ୍ଟର ମାନେ ପଚାରୁଛନ୍ତି।
ଏଯାବତ ଫ୍ୟାନ୍ସଙ୍କ କୌଣସି ପ୍ରଶ୍ନର ଉତ୍ତର ଦେଇନାହାଁନ୍ତି ଅରମାନ । ସେ କେବଳ ଇନଷ୍ଟାଗ୍ରାମ ପୋଷ୍ଟ ଡିଲିଟ କରିଛନ୍ତି। ହେଲେ ଏବେ ମଧ୍ୟ ତାଙ୍କ ଫେସବୁକ ଆକାଉଣ୍ଟ ନର୍ମଲ ଅଛି । ତାଙ୍କର ଅନେକ ଫ୍ୟାନ୍ସଙ୍କୁ ବର୍ତ୍ତମାନ ଲାଗୁଛି ଯେ ହୁଏତଃ ଅରମାନଙ୍କ ଆକାଉଣ୍ଟ ହ୍ୟାକ ହୋଇଛି ।