ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମାମଲାରେ ନିକଟରେ ଡ୍ରଗ କନେକ୍ସନ ଥିବା କଥା ସାମ୍ନାକୁ ଆସିଥିଲା । ଯାହାପରଠୁ ନାର୍କୋଟିକ୍ସ ସେଣ୍ଟ୍ରାଲ ବ୍ୟୁରୋ(ଏନସିବି) ଯାଞ୍ଚ ଆରମ୍ଭ କରିଥିଲା । ଆଉ ବୁଧବାର ଶୁଣିବାକୁ ମିଳୁଛି ଯେ ଏନସିବି ମୁମ୍ବାଇ ଅନ୍ଧେରୀରୁ ତିନିଜଣ ଡ୍ରଗ ଡିଲରଙ୍କୁ ଗିରଫ କରିଛି । ଯାହାଙ୍କ କନେକ୍ସ ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀଙ୍କ ସହ ଅଛି । ସେହିପରି ମୁମ୍ବାଇର ଅନେକ କୁଖ୍ୟାତ ଡ୍ରଗ ଡିଲରଙ୍କ ସହ ସୌଭିକଙ୍କ କନେକ୍ସ ଥିବା କଥା ଚର୍ଚ୍ଚାର ବିଷୟ ପାଲଟିଛି । ସେପଟେ ଲଗାତାର ସୁଶାନ୍ତଙ୍କ କେସରେ ପ୍ରତିକ୍ରିୟା ଦେଇଆସୁଥିବା ବି-ଟାଉନର କୁଇନ କଙ୍ଗନା ରଣାୱତ ପୁଣି ଚର୍ଚ୍ଚାରେ । ଏଥର ସେ ବଲିଉଡ ଇଣ୍ଡଷ୍ଟ୍ରିରେ ଡ୍ରଗ ଡିଲିଂ ଚାଲୁଥିବା କଥା ଖୁଲାସା କରିଛନ୍ତି । ଏହାସହ ସେ ଫେମସ ଆକ୍ଟର ରଣବୀର ସିଂ, ରଣବୀର କପୁର, ଆୟନ ମୁଖାର୍ଜୀ ଓ ବିକ୍କୀ କୌଶଲଙ୍କ ନାମ ମଧ୍ୟ ନେଇଛନ୍ତି ।
ସେହିପରି ସେ ଏକ ଟ୍ବିଟ କରି ଲେଖିଛନ୍ତି, ‘ମୁଁ ଅନୁରୋଧ କରୁଛି ଯେ ରଣବୀର, ଆୟନ, ବିକ୍କୀ ଓ ରଣବୀରଙ୍କୁ ସେମାନେ ନିଜ ବ୍ଲଡ ସାମ୍ପଲ ଡ୍ରଗ ଟେଷ୍ଟ ପାଇଁ ଦିଅନ୍ତୁ । ଚର୍ଚ୍ଚା ଜୋର ଧରିଛି ଯେ ଏହି ଷ୍ଟାର୍ସ କୋକିନ ନେବା ଅଭ୍ୟସ୍ତ । ମୁଁ ଚାହୁଁଛି ସେ ଏହି ଉଡା ଖବରକୁ ମିଥ୍ୟା ସାବ୍ୟସ୍ତ କରନ୍ତୁ । ଏହି ସବୁ ୟଙ୍ଗ ଷ୍ଟାର୍ସ ଲକ୍ଷ ଲକ୍ଷ ଦର୍ଶକଙ୍କ ପ୍ରେରଣା ସାଜିବେ ଯଦି ସେମାନେ ଡ୍ରଗ ଟେଷ୍ଟ କରିବାକୁ ବ୍ଲଡ ଦେବେ ।’