ଓଡିଶା

odisha

ETV Bharat / sitara

ୱାଜିଦଙ୍କ ସ୍ମୃତିରେ ସାଜିଦ ଆପଣାଇଲେ ୱାଜିଦଙ୍କ ନାଁ - ସାଜିଦ ଖାନଙ୍କ ବଡ ନିଷ୍ପତ୍ତି

ବଲିଉଡରେ ସାଜିଦ-ୱାଜିଦଙ୍କ ନାମ ପୁଣିଥରେ ଶୁଣିବାକୁ ମିଳିବ । କାରଣ ଭାଇଙ୍କ ସ୍ମୃତିରେ ନିଜ ନାମ ସହ ୱାଜିଦ ଯୋଡିଲେ ସାଜିଦ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସାଜିଦ ଖାନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସାଜିଦ ଖାନ

By

Published : Mar 17, 2021, 9:04 AM IST

ମୁମ୍ବାଇ: ଲୋକପ୍ରିୟ ମ୍ୟୁଜିକ କମ୍ପୋଜର ଯୋଡି ସାଜିଦ-ୱାଜିଦଙ୍କ ନାମ ବଲିଉଡରେ ସବୁବେଳେ ଏକାଠି ଶୁଣିବାକୁ ମିଳେ । ହେଲେ ସାଜିଦ ଖାନ ଗତ ବର୍ଷ ତାଙ୍କ ଭାଇ ୱାଜିଦଙ୍କୁ ହରାଇଥିଲେ। 2019ର ଲକଡାଉନ ସମୟରେ କିଡନୀ ସଂକ୍ରମଣ ହେତୁ ୱାଜିଦଙ୍କ ମୃତ୍ୟୁ ହୋଇଥିଲା। ଏବେ ତାଙ୍କ ଦିବଙ୍ଗତ ଭାଇଙ୍କ ସ୍ମୃତିରେ ସାଜିଦ ନିଜ ନାମ ଶେଷରେ ୱାଜିଦ ଯୋଡିଛନ୍ତି । ଆଉ ଜଣାଇଛନ୍ତି ସାଜିଦ-ୱାଜିଦ ନାମକୁ ଶେଷ ପର୍ଯ୍ୟନ୍ତ ଏକାଠି ରଖିବା ପାଇଁ ସେ ଏହା କରିଛନ୍ତି।

ଏହି ଅବସରରେ ସେ କହିଛନ୍ତି, ‘ମୁଁ ଚାହେଁ ନାହିଁ ଯେ ଲୋକେ ମୋତେ ସାଜିଦ ଖାନ ବୋଲି ଡାକନ୍ତୁ, ତେଣୁ ମୁଁ ୱାଜିଦଙ୍କୁ ମୋର ଉପନାମ ଭାବରେ ଗ୍ରହଣ କରିଛି । ବର୍ତ୍ତମାନ, ମୋର ନାମ ସାଜିଦ ୱାଜିଦ ଏବଂ ଜୀବନର ଶେଷ ପର୍ଯ୍ୟନ୍ତ ଏମିତି ରହିବ । ସେ ଶାରୀରିକ ଭାବରେ ଉପସ୍ଥିତ ନଥାନ୍ତି, ତେବେ ମୁଁ ସବୁବେଳେ ତାଙ୍କ ଉପସ୍ଥିତି ଅନୁଭବ କରେ । ମୁଁ ସ୍ବର କମ୍ପୋଜ କରିବା ଆରମ୍ଭ କରିଛି ଯାହା ମୁଁ କେବେ ଭାବି ନ ଥିଲି ଏବଂ ମୁଁ ଭାବୁଛି ଏହା ତାଙ୍କ ହେତୁ ସମ୍ଭବ ହୋଇପାରିଛି । ମୁଁ ଅନୁଭବ କରୁଛି ଯେ ସେହି ସମୟରେ ୱାଜିଦ ମୋ ସହିତ ରହୁଛନ୍ତି ।’

ପ୍ରକାଶ ଥାଉକି ସାଜିଦ-ୱାଜିଦ ଯୋଡି 1998ରେ ଆସିଥିବା ସୁପରଷ୍ଟାର ସଲମାନ ଖାନଙ୍କ ଫିଲ୍ମ ‘ପ୍ୟାର କ୍ୟା ତୋ ଡରନା କ୍ୟା’ରୁ ସଙ୍ଗୀତ କ୍ୟାରିୟର ଆରମ୍ଭ କରିଥିଲେ । ଯାହାପରେ ବଢିଚାଲିଥିଲା ଦୁଇଜଣଙ୍କ ଚାହିଦା । ସଲମାନଙ୍କ ପ୍ରାୟ ଫିଲ୍ମରେ ଏହି ଯୋଡି ଗୀତ କମ୍ପୋଜ କରିଛନ୍ତି । ଏହି କ୍ରମରେ ସାମିଲ ଅଛି ‘ହେଲୋ ବ୍ରଦର’, ‘ତେରେ ନାମ୍’, ‘ପାର୍ଟନର’, ‘ୱାଣ୍ଟେଡ’, ‘ମୁଝଲେ ସାଦି କରୋଗେ’ ଭଳି ଫିଲ୍ମ ।

ABOUT THE AUTHOR

...view details