ଓଡିଶା

odisha

ETV Bharat / sitara

ରିଆଙ୍କୁ ପ୍ରକୃତ ପ୍ରେମର ଅର୍ଥ ବୁଝାଇଥିଲେ ମହେଶ, ଭାଇରାଲ ଭିଡିଓ - ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି ରିଆ-ମହେଶଙ୍କ ପ୍ରେମଭରା ଭିଡିଓ

ପୁଣି ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି ରିଆ-ମହେଶଙ୍କ ପ୍ରେମଭରା ଭିଡିଓ । ପୂର୍ବରୁ ଅନେକଥର ଦୁଇଜଣଙ୍କ ସମ୍ପର୍କ ଉପରେ ଉଠିସାରିଲାଣି ପ୍ରଶ୍ନବାଚୀ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରିଆ ଚକ୍ରବର୍ତ୍ତୀ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରିଆ ଚକ୍ରବର୍ତ୍ତୀ

By

Published : Aug 27, 2020, 6:29 PM IST

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ବାରମ୍ବାର ତାଙ୍କ ଗାର୍ଲଫ୍ରେଣ୍ଡ ରିଆ ଚକ୍ରବର୍ତ୍ତୀଙ୍କ ନାମ ସାମ୍ନାକୁ ଆସୁଛି । ସବୁ ମହଲରେ ତାଙ୍କ ସମାଲୋଚନା ହେବା ସହ ସୋସିଆଲ ମିଡିଆରେ ମଧ୍ୟ ତାଙ୍କୁ ହଟହଟା ହେବାକୁ ପଡୁଛି । ଖାଲି ଏତିକି ନୁହେଁ ଫେମସ ନିର୍ମାତା ମହେଶ ଭଟ୍ଟ ମଧ୍ୟ ସୁଶାନ୍ତଙ୍କ ମାମଲାରେ ଫସି ଯାଇଛନ୍ତି । ଆଉ ରିଆଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଜୋର । ଇତିମଧ୍ୟରେ ଦୁଇଜଣଙ୍କ ଏକ ପୁରୁଣା ଭିଡିଓ ସୋସିଆଲ ମିଡିଆରେ ଚହଳ ସୃଷ୍ଟି କରିଛି । ଯେଉଁଥିରେ ରିଆଙ୍କୁ ମହେଶ ପ୍ରକୃତ ପ୍ରେମର ଅର୍ଥ ବୁଝାଉଥିବାର ନଜର ଆସୁଛନ୍ତି ।

ଭାଇରାଲ ହେଉଥିବା ଭିଡିଓଟି ଫିଲ୍ମ ଜଲେବି ପ୍ରମୋଶନ ସମୟର । ମହେଶ ପ୍ରକୃତ ପ୍ରେମ ଅର୍ଥ ବୁଝାଇବାକୁ ଯାଇ କହୁଛନ୍ତି, ‘ସତ ପ୍ରେମ ଉପରେ କେବେ ମଧ୍ୟ ଫୁଲଷ୍ଟପ ଲଗାଇପାରିବ ନାହିଁ ।’ ଆଉ ତାଙ୍କର ଏ କଥା ଶୁଣି ରିଆ ତାଙ୍କୁ ଆଲିଙ୍ଗନ କରୁଥିବାର ଦେଖାଯାଉଛନ୍ତି । ଏହି ଦୁଇଜଣଙ୍କ ବ୍ୟତୀତ ଭିଡିଓରେ ଜଲେବି ଅଭିନେତା ବରୁଣ ମିତ୍ରା ମଧ୍ୟ ନଜର ଆସୁଛନ୍ତି ।

ପ୍ରକାଶ ଥାଉକି ରିଆଙ୍କ ଘରେ ଗୁରୁବାର ସିବିଆଇର ଗୋଟିଏ ଟିମ ପହଞ୍ଚିଥିଲା । ସେହିପରି ସୁଶାନ୍ତଙ୍କ କେସରେ ଏବେ ରିଆଙ୍କୁ ନେଇ ଡ୍ରଗ୍ସ ଡିଲିଂ ମାମଲା ସାମ୍ନାକୁ ଆସିଛି । ଯାହା ତାଙ୍କ ଡିଲିଟ ହ୍ବାଟ୍ସଅପ ଚାଟରୁ ଜଣାପଡିଛି ।

For All Latest Updates

TAGGED:

ABOUT THE AUTHOR

...view details